ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମେ’ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଘରେ ଏନେଇ ଏକ ବୈଠକ ବସିଥିଲା । ଏହି ବୈଠକ ପରେ ଏଭଲି ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାସ । ମେ’ ୧୯ ତାରିଖ ସୁଦ୍ଧା ନିରୀକ୍ଷକ ମାନେ ସେଣ୍ଟରରେ ପହଞ୍ଚିବେ । ତେବେ ପୂର୍ବରୁ ଗୋଟାଏ ଦିନ ଖାତା ଦେଖା ଯାଇଥିଲା । ଏହା ପରେ କରୋନା ପ୍ରଭାବ ପାଇଁ ଖାତା ଦେଖା ବନ୍ଦ ହୋଇଯାଇଥିଲା । ୬୦ଟି ସେଣ୍ଟରରେ ଖାତା ଦେଖା ହେବ । ତେବେ ଖାତା ଦେଖା ସମୟରେ ନିରୀକ୍ଷକ ମାନେ ନିଜ ନିଜ ଭିତରେ ସାମାଜିକ ଦୂରତା ବାଜାଇ ରଖିବା ସହ ମାସ୍କା ବ୍ୟାବହାର କରିବେ । ଜୁଲାଇ ଶେଷ ସୁଦ୍ଧା ଫଳା ଫଳ ଘୋଷଣା କରାଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି । ଚଳିତ ବର୍ଷ ସାଢେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।
ସୂଚନା ଯୋଗ୍ୟ କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ସାରା ଦେଶକୁ ଲକ୍ ଡାଉନ୍ କରି ଦିଆଯାଇଛି । ଫଳରେ ମାଟ୍ରିକ ପରୀକ୍ଷା ପରେ ରାଜ୍ୟରେ ଲକ୍ ଡାଉନ୍ ଆରମ୍ଭ ହୋଇଥିଲା । ଏହା ପରେ ଫେବୃଆରି ୧୯ ତାରିଖ ଦିନ ମାତ୍ର ଗୋଟାଏ ଦିନ ପାଇଁ ମାଟ୍ରିକ ଖାତା ଦେଖା ହୋଇ ସେଣ୍ଟର ଗୁଡିକ ବନ୍ଦ କରିଦିଆଯାଇଥିଲା । ତେବେ ଖାତା ଦେଖା ସମୟରେ ନିରୀକ୍ଷକ ମାନେ କୋଭିଡ ଗାଇଡ ଲାଇନ ମାନିବାକୁ ପରାର୍ମଶ ଦିଆଯାଇଛି ।