ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦୀର୍ଘ ୫୦ ଦିନରୁ ଅଧିକ ସମୟ ଲକ ଡାଉନରେ ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଳେ ଆଜିଠାରୁ କେନ୍ଦ୍ର ସରକାର ଭାରତର ବିଭିନ୍ନ ୧୫ ଟି ସହରକୁ ସ୍ପେଶାଲ ଟ୍ରେନ ଚଳାଇବାକୁ ସୂଚନା ଦେଇଛନ୍ତି । ଏନେଇ ଗତକାଲି ଅନଲାଇନରେ ଟିକେଟ ବୁକ କରାଯାଇଥିଲା । ଗତକାଲି ସନ୍ଧ୍ୟା ୬ ଟା ବେଳେ ଟିକେଟ ବୁକ୍ିଂ ଆରମ୍ଭ ହୋଇଥିଲା । ତେବେ ୩ ଘଣ୍ଟା ମଧ୍ୟରେ ପାଖାପାଖି ୫୪ ହଜାରରୁ ଅଧିକ ଲୋକ ଟିକେଟ ବୁକିଂ କରିଛନ୍ତି ।
ତେବେ ସବୁଠାରୁ ବଡ କଥା ହେଉଛି ଏବେ ଷଯ୍ରନରେ ଯାତ୍ରା କରିବା ସମୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଗାଇଡ ଲାଇନ ଜାରି କରାଯାଇଛି । ଯେମିତି ଯାତ୍ରା ସମୟରେ ମାସ୍କ ପିନ୍ଧିବା ଜରୁରୀ । ଯାତ୍ରା ସମୟରେ ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ, ନିଜ ପାଇଁ ନିଜେ ଖାଦ୍ୟ ଓ କମ୍ବଳ ଆଣିବେ ଯାତ୍ରୀ ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର ଷ୍ଟେସନରୁ ଆସନ୍ତା ୧୩ ତାରିଖ ଦିନ ଭୁବନେଶ୍ୱରରୁ ଦିଲ୍ଲୀ ଏକ ସ୍ପେଶାଲ ଟ୍ରେନ ଯାତ୍ରା ଆରମ୍ଭ କରିବ । ଏନେଇ ଭୁଭନେଶ୍ୱର ଷ୍ଟେସନ ପ୍ରସ୍ତୁତ ହେଉଛି । ଷ୍ଟେସନକୁ ଏବେ ସାନିଟାଇଜ କରାଯାଉଛି । ଟିକେଟ କାଉଣ୍ଟର ଠାରୁ ଆରମ୍ଭ କରି ଟ୍ରେନରେ ଚଢିବା ପର୍ଯ୍ୟନ୍ତ କିଭଳି ସାମାଜିକ ଦୂରତା ରହିବ ସେନେଇ ସ୍ୱତନ୍ତ୍ର ଭାବେ ବାରିକେଡ ପ୍ରସ୍ତୁତ କରାଯାଉଛି । ଷ୍ଟେସନ ଭିତରକୁ ଯିବା ପୂର୍ବରୁ ଲଗଜେ ସ୍କାନିଂ ଓ ଥର୍ମାଲ ସ୍କ୍ରିନିଂ କରାଯିବ ।