ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀକୁ ବ୍ୟାପିବାକୁ ରୋକିବା ପାଇଁ ସାରା ଦେଶରେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହାରି ଭିତରେ କଟକ ଓ ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ କରିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ସରକାରୀ ବସ୍ କେବଳ ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ କଟକ ଭୁବନେଶ୍ୱାରରେ ଚାଳିବ । ଅଫିସ ଟାଇମରେ ଏହି ବସ୍ ଚଳାଚଳ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଯାତ୍ରା ପାଇଁ ଏହି ବସ୍ ରେ ଯାତ୍ରୀ ମାନଙ୍କୁ ୩୦ ଟଙ୍କା ଭଡା ଦେବାକୁ ପଡିବ ।
ତେବେ ଗ୍ରୀନ ଜୋନ୍ ରେ ବସ୍ ଚଳାଚଳକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ଦିନେ କି ଦୁଇ ଦିନ ଭିତରେ ଏହା ଉପରେ ନିଷ୍ପତି ନିଆଯିବ ।ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି ।ଯେହେତୁ ଗ୍ରୀନ୍ ଜୋନ୍ ରେଡ୍ ଜୋନ୍ ହୋଇଯାଉଛି ତେଣୁ ବସ୍ ଚଳାଚଳ କରିବାରେ ସମସ୍ୟା ହେଉଛି । ତେବେ ଯଦି ଗ୍ରୀନ ଜୋନ୍ ରେ ବସ୍ ଚଳାଚଳ କରିବା ପାଇଁ ନିଷ୍ପତି ନିଆଯାଏ ତେବେ ଯାତ୍ରୀ ମାନଙ୍କୁ ଦ୍ୱିଗୁଣା ଭଡା ଦେବାକୁ ପଡିବ । କାରଣ ବସ ଗୁଡିକ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବ । ଦ୍ୱିଗୁଣା ଭାଡା ଦେବାରୁ ବସ୍ ମାଲିକ ମାନଙ୍କୁ ବିଶେଷ କ୍ଷତି ଗ୍ରସ୍ତ ହେବେ ନାହିଁ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।