ଗଞ୍ଜାମ(ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ କରୋନା ତାର କୟା ବିସ୍ତାର କରିବାରେ ଲାଗିଛି । ତେବେ ଆଜି ସକାଳୁ ରାଜ୍ୟରେ ୧୦୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପମାନ ଗ୍ରହଣ କରାଯାଉଛି । ତେବେ ଗଞ୍ଜାମ ଜିଲ୍ଲାରେ ଥିବା ଦୋକାନ ମାନ ଖୋଲିବା ପାଇଁ ନୂଆ ଗାଇଡ ଲାଇନ ଜାରି କରିଛି ପ୍ରଶାସନ । ଜିଲ୍ଲାରେ ଥିବା ସମସ୍ତ ଦୋକାନୀ ସାମାଜିକ ଦୂରତା ବଜାଇ ରଖାବା ସହ ମାସ୍କା ଓ ଗ୍ଲୋଭସ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଗ୍ରାହାକମାନଙ୍କ ପାଇଁ ସାନିଟାଇଜର ରଖିବା ଓ ଗ୍ରାହାକ ମାନେ ଦୋକାନ ପାଖରେ ଛିଡା ହବା ପାଇଁ ୨ ମିଟର ବ୍ୟବଧାନରେ ଗୋଲ୍ ବୁଲାଇବା ପାଇଁ କୁହାଯାଇଛି ।
ଏହା ସହ ଗ୍ରାହକ ମାନେ ମାସ୍କ ନପିନ୍ଧିଲେ ସେମାନଙ୍କୁ ଜିନିଷ ଦିଆଯିବ ନାହିଁ । ଏନେଇ ଦୋକାନୀ ମାନେ ନୋ ମାସ୍କା ନୋ ଗୁଡ୍ସର ବୋର୍ଡ ଲଗାଇବାକୁ କୁହାଯାଇଛି । ଏହା ସହ ଗ୍ରହାକ ମାନଙ୍କ ଫୋନ୍ ନମ୍ବର ସହ ଠିକଣା ରଖିବାକୁ କୁହାଯାଇଛି । ଯଦି କୌଣସି ଦୋକାନୀ ଏସବୁ ନିୟମ ମାନିବେନି ତେବେ ତାଙ୍କ ଉପରେ ୧ ହଜାର ଟଙ୍କାର ଜରିମାନ ସହ ଦୋକାନକୁ ସିଲ୍ କରିଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ରାଜ୍ୟରେ ମୋଟ ୫୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବଧିକ ୨୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ।