ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଆଉ ୨୭ ଜଣ କରୋନା ଆକ୍ରାନ୍ତ ରାଜ୍ୟରେ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୯ ଜଣ, ଭୁବନେଶ୍ୱରରୁ ୮ ଜଣ, ଭଦ୍ରକରୁ ୪ଜଣ, ଗଞ୍ଜାମରୁ ୨ ଜଣ , ସୁନ୍ଦରଗଡରୁ ୨ ଜଣ . କୋରାପୁଟ ଏବଂ କେନ୍ଦୁଝରରୁ ଜଣେ ଲେଖାଏଁ । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।
Another 27 patients have recovered from COVID-19 and are being discharged.
They include:
9 from Balasore
8 from Bhubaneswar
4 from Bhadrak
2 each from Ganjam and Sundergarh
One each from Koraput and Keonjhar.The total recovered cases of Odisha now stand at 143.
— H & FW Dept Odisha (@HFWOdisha) May 13, 2020
ଅନ୍ୟପଟେ ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ଏକାଥରେ ୧୦୧ ଟି ନୂତନ ମାମଲା ସାମ୍ନାକୁ ଆସିଥିଲା ।