ରାଜନଗର(ଏଟିଆର ବ୍ୟୁରୋ): ଡାକ୍ତରଖାନା ଗଲାବେଳେ ରାସ୍ତାରେ ଜଗି ବସିଥିଲା ଯମ । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦାଦା, ଝିଆରି ମୃତ୍ୟୁବରଣ କରିଛନ୍ତି । ଏଭଳି ଏକ ଦୁର୍ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ରାଜନଗରର ଗୋପାଳପୁର ନିକଟରେ । ଏକ ଟ୍ରକ ଧକ୍କା ଦେବାରୁ ଦାଦା ଓ ଝିଆରି ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ଓସ୍ତଆ ଗାଁର ନିଗମାନନ୍ଦ ସାହୁ ନିଜ ଝିଆରିଙ୍କୁ ନେଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଉଥିଲେ । ଏହି ସମୟରେ ଗୋପାଳ ପୁର ଛକ ନିକଟରେ ଏକ ଟ୍ରକ ପଛପଟୁ ଆସି ନିଗମାନ୍ଦଙ୍କୁ ବାଇକକୁ ଧକ୍କା ଦେଇଥିଲା ।
ଫଳରେ ନିଗମାନନ୍ଦ ଓ ତାଙ୍କ ଝିଆରି ଗୁରୁତର ଆହତ ହୋଇଥିଲେ । ସ୍ଥନୀୟ ଲୋକ ସେମାନଙ୍କୁ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାର ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।