ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟ ଉପରେ ବି କରୋନାର ପ୍ରଭାବ ଦେଖିବାକୁ ମିଳିଛି । ମହାମାର କରୋନା ପାଇଁ ସମସ୍ତ ମ୍ୟାଚ୍ ବନ୍ଦ ରହିଛି । ଯେଉଁଥି ପାଇଁ କ୍ରିକେଟ ବୋର୍ଡକୁ ଅନେକ କ୍ଷତି ସହିବାକୁ ବଡୁଛି । ଏଥିରୁ ବିସିସିଆଇ ବି ବାଦ୍ ପଡିନି ।
ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି କି, ଯଦି ଚଳିତ ବର୍ଷ ଆଇପିଏଲ ନହେଉଛି ତେବେ ବୋର୍ଡକୁ ପାଖାପାଖି ୪ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିପାରେ ଏବଂ ଏହାର ଭରଣ ପାଇଁ ବୋର୍ଡ ପକ୍ଷରୁ ଖେଳାଳୀ ମାନଙ୍କ ବେତନ ହ୍ରାସ କରାଯାଇପାରେ ।
ମାର୍ଚ୍ଚ ୨୯ ରେ ହେବାକୁ ଥିଲା ଆଇପିଏଲ । ଦେଶର ପ୍ରଥମ ଲକ୍ ଡାଉନ୍ ପରେ ଏହାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିଲା । ସେହିପରି ଦ୍ୱିତୀୟ ଲକ୍ ଡାଉନ୍ ପରେ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି ।
ସୌରଭ ଗାଙ୍ଗୁଲି କହିଛନ୍ତି କି, ଆମକୁ ବିସିସିଆଇ ର ଆର୍ଥିକ ସ୍ଥିତିକୁ ଯାଞ୍ଚ କରିବାକୁ ପଡିବ । ଆମକୁ ଦେଖିବାକୁ ହେବ କି ଆମ ପାଖରେ କେତେ ଟଙ୍କା ଅଛି । ଏହାପରେ ଯାଇ କୌଣସି ନିଷ୍ପତି ନିଆଯାଇ ପାରିବ । ଏହାସହିତ ଆଇପିଏଲ ୧୩ତମ ସିଜିନ୍ ନହେଲେ ପାଖାପାଖି ୪ ହଜାର କୋଟି ଟଙ୍କାର କ୍ଷତି ହୋଇପାରେ, ଯାହାକି ବହୁତ ବଡ କ୍ଷତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଯହି ଆଇପିଏଲ ହେଉଛି ତେବେ ଆମକୁ ଖେଳାଳୀଙ୍କ ବେତନ କାଟିବା କଥା ଭାବିବାକୁ ପଡିବ ନାହିଁ । ବର୍ତ୍ତମାନ ମହାମାରୀ ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି । ଏବେ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିଛି ବିସିସିଆଇ ।