ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ଦେଶ ଏବେ କରୋନ ମୁକାବିଲା କରିବାରେ ଲାଗିପଡିଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଭାଇରସରର ମୁକାବିଲା କରିବା ପାଇଁ ଦୀର୍ଘ ଦିନ ହେବ ତାଲ ବନ୍ଦ କରାଯାଇଛି । ଏଭଲି ପରିସ୍ଥିତିରେ ନାହିଁ ନଥିବାର ହଇରାଣ ହେଉଛନ୍ତି ଦିନ ମଜୁରିଆ ମାନେ । ଯେଉଁ ମାନେ ନିତି କାମ କରୁଥିଲେ ପେଟକୁ ଦିମୁଠା ଖାଇବାକୁ ପାଉଥିଲେ ସେମାନେ ଏବେ ଭୋକିଲା ରହୁଛନ୍ତି । ତାଲା ବନ୍ଦ ପାଇଁ ସେମାନଙ୍କୁ ଆଉ କାମ ମିଳୁନାହିଁ । ଯେଉଁଠି ରାତି ପାଇଲେ ମଣିଷ ହାଟ ଲାଗେ ସେ ଯାଗା ଆଜି ଖାଁ ଖାଁ ହୋଇ ରହିଛି ।
ଏଭଲି କିଛି ଦୃଶ୍ୟ ଦେଖିବାକୁ ମଳିଛି ରାଜଧାନୀ ଭୁବନେଶ୍ୱରରେ । ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାରର ଦୁର୍ଗା ମଣ୍ଡପ ନିକଟରେ କାମ ଆଶାରେ ପ୍ରତିଦିନ ଶହ ଶହ ଦିନ ମଜୁରିଆଙ୍କ ଭିଡ ଲାଗେ । ହେଲେ କରୋନା ମାହାମାରୀ ପାଇଁ ଆଉ ଏଠି ଭିଡ ଲାଗୁନାହିଁ । କିଛି ଦିନ ମଜୁରିଆ ନିଜ ନିଜ ଘରକୁ ପଲାଇ ଥିବା ବେଳେ ଆଉକିଛି କାମ ଆଶାରେ ଏଠାରେ ରହିଯାଇଛନ୍ତି । ହେଲେ ସେମାନଙ୍କୁ ଆଉ ପୂର୍ବ ଭଲି କାମ ମିଳୁ ନାହିଁ ବୋଲି ସେମାନେ କହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର କେବଳ ୧ହଜାର ଟଙ୍କା ସହ କିଛି ଚାଉଲ ଦେଇ ଚୁପ ହୋଇ ବସି ହୋଇ ରହିଛନ୍ତି ବୋଲି ସେମାନେ କହିଛନ୍ତି ।