ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି । ଇତିମଧ୍ୟରେ ବାରମ୍ବାର ବାହାରକୁ ଯାଇ ଏଟିଏମରୁ ଟଙ୍କା ଉଠାଇବା ସହଜ ନୁହେଁ । ଏହି ସମସ୍ୟାକୁ ସମାଧାନ କରିବା ଲାଗି ପେଟିଏମ ପେମେଣ୍ଟସ ବ୍ୟାଙ୍କ ସିନିଅର ସିଟିଜେନ ଏବଂ ଭିନ୍ନକ୍ଷମଙ୍କ ପାଇଁ ଘରେ ଟଙ୍କା ଦେବାର ସୁବିଧା ଆରମ୍ଭ କରିଛି । ଯାହାଫଳରେ ସେମାନଙ୍କୁ ଟଙ୍କା କାଢିବା ପାଇଁ ବାହାରକୁ ବାହାରିବାକୁ ପଡିବ ନାହିଁ । ଏହି ନୂତନ ସେବା ସହାୟତାରେ ସେମାନେ ସେମାନଙ୍କ ପେଟିଏମ ପେମେଣ୍ଟସ ବ୍ୟାଙ୍କରେ ୱିଡ୍ରାଲ ପାଇଁ ରିକ୍ୟୁଷ୍ଟ ପଠାଇ ପାରିବେ । ସେହିଅନୁଯାୟୀ ଟଙ୍କା ସେମାନଙ୍କ ଘରକୁ ପଠାଯିବ ।
ଯେଉଁ ସିନିଅର ସିଟିଜେନଙ୍କର ବ୍ୟାଙ୍କରେ ସେଭିଙ୍ଗ ଆକାଉଣ୍ଟ ଥିବ, ସେମାନେ ଏହି ଆପ୍ ରିକ୍ୟୁଷ୍ଟ ଟ୍ୟାବରେ ଟଙ୍କା ଟାଇପ କରି ତାକୁ ସବମିଟ୍ କରିବାକୁ ପଡିବ । ଏହାପରେ ବ୍ୟାଙ୍କର କର୍ମଚାରୀ ଆପଣଙ୍କ ଟଙ୍କାକୁ ଆପଣଙ୍କ ଘରର ଠିକଣାରେ ଦୁଇ ଦିନ ଭିତରେ ଡେଲିଭରୀ କରିଦେବେ । ଆପଣ ନ୍ୟୁନତମ ଏକ ହଜାର ଟଙ୍କା ଏବଂ ଅଧିକାଂଶ ୫ ହଜାର ଟଙ୍କା ଡେଲିଭରୀ ପାଇ ପାରିବେ ।
ବ୍ୟାଙ୍କ ପକ୍ଷରୁ ନିକଟରେ ଡାଇରେକ୍ଟ ବେନିଫିଟ୍ସ ଟ୍ରାନ୍ସଫର ସୁବିଧା ଆରମ୍ଭ କରାଯାଇଥିଲା । ଯାହାଦ୍ୱାରା ଗ୍ରାହକ ୪୦୦ ରୁ ଅଧିକ ସରକାରୀ ସବସିଡିର ଫାଇଦା ସିଧା ଆପଣଙ୍କ ପିପିବିଏଲ ସେଭିଙ୍ଗସ ଆକାଉଣ୍ଟରେ ଟ୍ରାନ୍ସଫର କରି ପାରିବେ । ବ୍ୟାଙ୍କ ମୁତାବକ, ଏହି ସୁବିଧା ଦ୍ୱାରା ଗ୍ରାହକଙ୍କୁ ଏଟିଏମ ଯିବାର ସମସ୍ୟା ହେବନି ଏବଂ ଲକ୍ ଡାଉନ୍ ରେ ଘରେ ରହି ପାରିବେ ।