ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜିଓକୁ ଟକ୍କର ଦେବା ଲାଗି ଏୟାରଟେଲ ଲଞ୍ଚ କଲା ନୂତନ ପ୍ଲାନ । ଗ୍ରାହକଙ୍କ ପାଇଁ ନୂତନ ପ୍ଲାନ ଆଣିଲା ଏୟାରଟେଲ । ଏହି ନୂତନ ପ୍ଲାନର ବୈଧତା ଏକବର୍ଷ ପାଇଁ ରହିଛି । ଏଥିରେ ସମସ୍ତ ନେଟୱର୍କ ପାଇଁ ଅସୀମିତ କଲିଂ ସେବା ଏବଂ ପ୍ରତ୍ୟେକ ଦିନ ଗ୍ରାହକଙ୍କୁ ୨ ଜିବି ଡାଟା ମିଳିବ । ୩୬୫ ଦିନ ପାଇଁ ସର୍ବମୋଟ ୭୩୦ ଜିବି ଡାଟା ମିଳିବ । ଏହାସହିତ ୧୦୦ ଏସଏମଏସର ସୁବିଧା । ଏହି ପ୍ଲାନ୍ ର ଦାମ୍ ୨୪୯୮ ରହିଛି ।
ସେହିପରି ନିକଟରେ ରିଲିଆନ୍ସ ଜିଓ ବି ୨୩୯୯ ଟଙ୍କିଆ ବର୍ଷିକିଆ ପ୍ଲାନ ଲଞ୍ଚ କରିଥିଲା । ଯେଉଁଥିରେ ଗ୍ରାହକଙ୍କୁ ନିୟମିତ୨ ଜିବି ଡାଟା ମିଳିବା ସହ ଏହାର ବୈଧତା ୩୬୫ ଦିନ ପର୍ଯ୍ୟନ୍ତ ରହିଛି । ଏହି ପ୍ଲାନ୍ ରେ ଜିଓ ରୁ ଜିଓ କୁ ଅସୀମିତ କଲିଂ ସୁବିଧା ଏବଂ ଅନ୍ୟ ନେଟୱର୍କ ସହ କଥା ହେବା ପାଇଁ ୧୨ ହଜାର ମିନିଟ୍ ଦିଆଯାଇଛି ।