ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଲୁ ରାଜ୍ରରେ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ତଥ୍ୟ ରାଜ୍ୟ ସରକାର ଜାରି କରିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୨୮ ଜଣ ଭଦ୍ରକ ଜିଲ୍ଲାରୁ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୧୭ଜଣ ସୁରଟ, ୮ଜଣ ପଶ୍ଚିମବଙ୍ଗ , ୨ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ହାଇଦ୍ରାବାଦରୁ କିଛି ଦିନ ତଳେ ଫେରଥିଲେ । ସେହିପରି ଆଜି ବାଲେଶ୍ୱରରୁ ୧୭ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ସୁରଟ, ୩ଜଣ ପଶ୍ଚିମବଙ୍ଗ, ୧୦ଜଣ ହାଇଦ୍ରାବାଦ, ଜଣେ ମହାରାଷ୍ଟ୍ରରୁ କିଛି ଦିନ ତଳେ ଫେରିଥିଲେ । ସେହିପରି ଅନ୍ୟ ଆକ୍ରାନ୍ତ ଜଣଙ୍କ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣଙ୍କ ସରୁଟ ଲିଙ୍କ୍ ରହିଥିବା ବେଳେ ଜଣେ ସଂକ୍ରମିତ ପୂର୍ବର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସଥିବା ଜଣାପଡିଛି । କଟକରୁ ଚିହ୍ନଟ ହୋଇଥିବା ୧୨ଜଣଙ୍କ ମଧ୍ୟରୁ ୮ଜଣ ଅହମ୍ମଦାବାଦ, ୨ଜଣ ସୁରଟ , ଜଣେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଲିଙ୍କ୍ ରହିଛି । ପୁରୀରୁ ଚିହ୍ନଟ ହୋଇଥିବା ୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ପଶ୍ଚିମବଙ୍ଗ, ୩ଜଣ ସୁରଟ ଫେରନ୍ତା ଓ ଜଣେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।
କେନ୍ଦୁଝରରୁ ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତମଙ୍କ ମଧ୍ୟରୁ ଜଣେ ଲେଖାଏଁ ସୁରଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବହ୍ଗ ଫେରନ୍ତା ।କେନ୍ଦ୍ରାପଡାରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସୁରଟ ଲିଙ୍କ ରହିଛି । କିଛି ଦିନ ତଳେ ସେ ସିୁରଟ ଫେରି କ୍ୱାରେଣ୍ଟାଇନ୍ରେ ରହିଥିଲେ । ସେହିପରି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୩ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ସୁରଟରୁ ଫେରି କ୍ୱାରେଣ୍ଟାଇନ୍ରେ ରହିଥିଲେ ଏବଂ ଜଣେ ସଂକ୍ରମିତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇଜଣ ଆକ୍ରାନ୍ତ ସୁରଟ ଫେରନ୍ତା । ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ କିଛି ଦିନ ତଳେ ଅହମ୍ମଦାବାଦରୁ ଫେରିଥିଲେ । ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୬୨୭ଟି ସକ୍ରିୟ କେସ୍ ରହିଛି । ସେହିପରି ରାଜ୍ୟରେ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି ।