ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଆଉ ଏକ ଖୁସୀ ଖବର । ପୁଣି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୨୪ ଜଣ କରୋନା ଆକ୍ରାନ୍ତ । ଏମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଗଞ୍ଜାମର ହୋଇଥିବା ବେଳେ ବାଲେଶ୍ୱରରୁ ୨ ଜଣ ଏବଂ ଯାଜପୁରରୁ ୩ ଜଣ । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ୨୨୦ ଜଣ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 24 patients have recovered from COVID-19 and are being discharged.
19 are from Ganjam.
3 are from Jajpur
2 are from Balasore
The number of recovered cases of Odisha now stands at 220.
— H & FW Dept Odisha (@HFWOdisha) May 17, 2020
ରାଜ୍ୟରେ ଆଜି ପର୍ଯ୍ୟନ୍ତ ମୋଟ ୮୨୮ ଜଣ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।