ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ମଧ୍ୟରେ ଗାଡି ଚଳାଚଳକୁ ନେଇ କଟକଣା ହଟିଛି । ବିନା କୌଣସି କଟକଣାରେ ଏଣିକି ଦୁଇ ଚକିଆ ଏବଂ ଚାରି ଚକିଆ ଗାଡି ରାସ୍ତାରେ ଗଡି ପାରିବ । ଏନେଇ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
Restrictions on movement of 2/4wheelers, Government/Private/Commercial Vehicles within the state of Odisha have been lifted.
Please drive safely, follow social distancing requirements & normal traffic safety rules.
Restrictions on inter-state travels remain as of now.
— Dr Sudhanshu Sarangi (@SarangiSudhansu) May 18, 2020
ସେ ଟ୍ୱିଟ୍ କରି କହିଛନ୍ତି କି,ସମସ୍ତ ସରକାରୀ, ଘରୋଇ, ବ୍ୟବସାୟିକ ଯାନବାହନ ଚଳାଚଳ ଉପରେ ଲାଗୁହୋଇଥିବା କଟକଣା ଓଡିଶାରୁ ହଟିଯାଇଛି । ଏହାସହିତ ଟ୍ରାଫିକ ନିୟମ ମାନି ସୁରକ୍ଷିତ ସହିତ ସାମାଜିକ ଦୂରତା ବଜାୟ ରଖି ଗାଡି ଚଳାନ୍ତୁ । କିନ୍ତୁ ରାଜ୍ୟ ବାହାରକୁ ଗାଡିରେ ଯାତ୍ରା କରିବା ଏପର୍ଯ୍ୟନ୍ତ କଟକଣା ମୁକ୍ତ ହୋଇନାହିଁ ।
ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ରେ ଲାଗୁ ହୋଇଥିବା କଟକଣାକୁ ୪ର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ରେ ସାମାନ୍ୟ କୋହଳ କରାଯାଇଛି । ମାତ୍ର ଗାଡି ଚଳାଇବା ବେଳେ ସମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁରୋଧ କରାଯାଇଛି ।