ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମର୍ମନ୍ତୁଦ ସଡକ ଦୁର୍ଘଟଣା । ମହାରାଷ୍ଟ୍ରର ୟବତମାଲ ଠାରେ ଆଜି ସକାଳୁ ଏକ ଟ୍ରକ୍ ଓ ବସ୍ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି ।
ଅନ୍ୟପଟେ ଆଉ ଏକ ଦୁର୍ଘଟଣା ଘଟିଛି । ଦିଲ୍ଲୀରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଫେରୁ ଥିବା ଟ୍ରକଟି ସୋମବାର ବିଳମ୍ବିତ ରାତିରେ ଝାନ୍ସି-ମିର୍ଜାପୁର ହାଈୱେ ଉପରେ ଦୁର୍ଘଟଣାଗ୍ରସ୍ତ ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । ପ୍ରକୃତରେ ଟ୍ରକର ପଛ ଚକା ଫାଟିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏହି ଟ୍ରକରେ ୨୫ ଜଶ ଶ୍ରମିକ ରହିଥିଲେ ।