ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଘରୋଇ ବିମାନ ଉଡାଣ ସେବା ମେ ୨୫ ରୁ ଆରମ୍ଭ ହେବ ବୋଲି ଘୋଷଣା ହେବାର ଗୋଟେ ଦିନ ପରେ,ନଗର ବିମାନନ ମନ୍ତ୍ରାଳୟ ପକ୍ଷରୁ ବିମାନ କମ୍ପାନୀ, ବିମାନବନ୍ଦର, ଯାତ୍ରୀଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ବିମାନ ଉଡାଣର ପ୍ରଥମ ଦିନ ସୀମିତ ପରିଚାଳନର ଅନୁମତି ମିଳିବ । ବିମାନ କମ୍ପାନୀ ଗୁଡିକୁ କରୋନା ନିୟମ ପାଳିବାକୁ ହେବ ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି , ଉଡାଣର ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ବିମାନବନ୍ଦର ପହଁଚିବାକୁ ପଡିବ । ଏହାସହିତ ୱେବ ଚେକ-ଇନ୍ କରିଥିବା ଯାତ୍ରୀଙ୍କୁ ହିଁ କେବଳ ଟର୍ମିନାଲ ରେ ପ୍ରବେଶ ପାଇଁ ଅନୁମତି ମିଳିବ । ବିମାନରେ ଏୟାରଲାଇନ କମ୍ପାନୀ ଖାଦ୍ୟ ପାନୀୟର ସୁବିଧା ଦେବ ନାହିଁ ।
କରୋନା ପାଇଁ ମାର୍ଚ୍ଚ ୨୫ ରୁ ବନ୍ଦ ଥିବା ବିମାନ ଉଡାଣ ସେବା ମେ ୨୫ ରୁ କ୍ରମିକ ଭାବେ ଆରମ୍ଭ ହେବ । ସେଥିପାଇଁ କିଛି ଗାଇଡ ଲାଇନ୍ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ଗାଇଡ ଲାଇନ୍ ।
– ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ । ୧୪ ବର୍ଷରୁ କମ ବୟସର ଛୁଆ ପାଇଁ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ନୁହେଁ ।
– ବିମାନବନ୍ଦରରେ ଯାତ୍ରୀଙ୍କ ଥର୍ମାଲ ଟେଷ୍ଟ ବାଧ୍ୟତମୂଳକ
– ସମସ୍ତ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ବିମାନବନ୍ଦରର କର୍ମଚାରୀ ଏବଂ ଯାତ୍ରୀଙ୍କ ପାଇଁ ଘରୋଇ ଟ୍ୟାକ୍ସି ଉପଲବ୍ଧ କରିବା ଲାଗି କୁହାଯାଇଛି ।
– ଏହାସହିତ ଶହରରେ ଟ୍ରାଫିକ ପୋଲିସକୁ କାର ପାର୍କିଂ ଉପରେ ନଜର ରଖିବା ପାଇଁ କୁହାଯାଇଛି । ସେହିପରି ସାମାଜିକ ଦୂରତା ବଜାୟ ରଖିବା ପାଇଁ କୁହାଯାଇଛି ।
– ଦୁଇ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ବିମାନମନ୍ଦରରେ ପହଁଚିବାକୁ ହେବ ।
– ସମସ୍ତ ଯାତ୍ରୀ ମାସ୍କ ଓ ଗ୍ଲୋବସ ପିନ୍ଧିବା ବାଧ୍ୟତା ମୂଳକ ।
– ବରିଷ୍ଠ ବ୍ୟକ୍ତି, ଭିନ୍ନକ୍ଷମ ଙ୍କୁ ଯାତ୍ରା ବେଳେ ସହାୟତା କରୁଥିବା ବିମାନମନ୍ଦର କର୍ମଚାରୀଙ୍କ ପାଇଁ ପିପିଇ କିଟ ବ୍ୟବହାର ବାଧ୍ୟତାମୂଳକ ।