ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଜିଓରେ ଲଗାତର ଭାବେ ବିଦେଶୀ ନିବେଶ ଜାରି ରହିଛି । ଏବେ ପୁଣି ବଡ ଡିଲ୍ ପକ୍କା କରିଛି ରିଲିଆନ୍ସ ଜିଓ । ଆଜ୍ଞା ହଁ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ଜିଓ ପ୍ଲାଟଫର୍ମରେ ଆମେରିକାର କମ୍ପାନୀ କେକେଆର ବଡ ନିବେଶ ପାଇଁ ଘୋଷଣା କରିଛି । ଜିଓ ପ୍ଲାଟଫର୍ମରେ କେକେଆର ୧୧,୩୬୭ କୋଟି ଟଙ୍କାର ନିବେଶ କରିବ । ସେହିଅନୁଯାୟୀ ଜିଓରୁ ୨.୩୨ ପ୍ରତିଶତ ଇକ୍ୱିଟି ସେୟାର କିଣିବ କେକେଆର ।
ଏହାପୂର୍ବରୁ ରିଲିଆନ୍ସ ଜିଓରେ ଫେସବୁକ୍, ସିଲଭରଲେକ, ଭିଷ୍ଟା ଇକ୍ୱିଟି ପାଟନର୍ସ ଏବଂ ଜେନେରାଲ ଅଟଲାଣ୍ଟିକ ଟଙ୍କା ଲଗାଇଛନ୍ତି । ଗୋଟେ ମାସରେ ଜିଓର ଏହା ପଞ୍ଚମ ବଡ ଡିଲ । ଏହି ୫ମ ଡିଲ ଦ୍ୱାରା ଜିଓ ଗୋଟେ ମାସ ଭିତରେ ୭୮,୫୬୨ କୋଟି ଟଙ୍କା ଆୟ କରିଛି ।
ଜିଓ ପ୍ଲାଟଫର୍ମରେ ଏପର୍ଯ୍ୟନ୍ତ ୧୭.୧୨ ପ୍ରତିଶତ ସେୟାର ପାଇଁ ନିବେଶର ଘୋଷଣା ହୋଇସାରିଛି । ସେହିଅନୁଯାୟୀ ଫେସବୁକ୍ ୯.୯୯ ପ୍ରତିଶତ, ସିଲଭରଲେକ ୧.୧୫ ପ୍ରତିଶତ, ଭିଷ୍ଟା ଇକ୍ୱିଟି ପାଟନର୍ସ ୨.୩୨ ପ୍ରତିଶତ, ଜେନେରାଲ ଅଟଲାଣ୍ଟିକ ୧.୩୪ ପ୍ରତିଶତ ଏବଂ କେକେଆର ୨.୩୨ ପ୍ରତିଶତ ସେୟାର କଣିବାର ଘୋଷଣା ହୋଇଛି ।