ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହେଲେ ଆଉ ୪୩ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୫, ଗଞ୍ଜାମ, ରାଉରକେଲା,ଯାଜପୁରରୁ ୮ ଜଣ ଲୋଖାଏଁ ଓ ପୁରୀ ,କେନ୍ଦ୍ରାପଡା, କଟକ, ବୌଦ୍ଧରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
Another 43 #Covid19 patients have recovered and are being discharged.
15 are from Angul,
8 each are from Ganjam, Rourkela and Jajpur, and
1 each from Puri, Kendrapara, Cuttack and Boudh.The total recovered cases of Odisha now stand at 436.
— H & FW Dept Odisha (@HFWOdisha) May 22, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ ୪୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା୧୧୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।