ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାତ୍ୟା ଅମ୍ପାନ ପାଇଁ ଓଡିଶାରେ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ଆଜି ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି । ଏହାପରେ ରାଜ୍ୟ ସରକାରଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ବାତ୍ୟାର ମୁକାବିଲା ଲାଗି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏହି ସମୀକ୍ଷା ବୈଠକ ପରେ ଓଡିଶାର ପୁନରୁଦ୍ଧାର ପାଇଁ ଅଗ୍ରୀମ ୫୦୦ କୋଟିର ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ମୋଦି । ବାତ୍ୟା ଅମ୍ଫାନକୁ ମୁକାବିଲା ପାଇଁ ଓଡିଶା ସରକାର ସଜାଗ ଥିବାର ଓଡିଶାରେ ପଶ୍ଚିମବଙ୍ଗ ଅପେକ୍ଷା କମ୍ କ୍ଷତି ହୋଇଛି । ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ।
ଅନ୍ୟପଟେ ଅମ୍ଫାନ କ୍ଷୟକ୍ଷତି ପାଇଁ ଆଜି ପଶ୍ଚିମବଙ୍ଗ ପାଇଁ ମଧ୍ୟ ସକାଳେ ଏକ ହଜାର କୋଟି ଘୋଷଣା କରାଯାଇଛି । ଅଜି ପ୍ରଧାନମନ୍ତ୍ରୀ ଦୁଇଟି ରାଜ୍ୟକୁ ଭ୍ରମଣ କରି କ୍ଷୟକ୍ଷତି ଭରଣ ପାଇଁ ପଶ୍ଚିମବଙ୍ଗକୁ ଏକ ହଜାର କୋଟି ଏବଂ ଓଡିଶାକୁ ୫୦୦ କୋଟିର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।