ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ଆଜିଠୁ ୬୬ଟି ଘରୋଇ ମଦ ଦୋକାନ ଖୋଲିବାକୁ ଯାଉଛି । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି । କିନ୍ତୁ ମଦ ଦୋକାନ ମାଲିକଙ୍କ ପାଇଁ କିଛି ସର୍ତ୍ତ ରହିଛି । ସର୍ତ୍ତଅନୁଯାୟୀ ଦୋକାନ ମାଲିକ ମାନଙ୍କୁ ଯୁଗ୍ମ-ଅଯୁଗ୍ମ ନିୟମ ପାଳନ କରିବାକୁ ପଡିବ ।
ଏନେଇ ଅଧିକାରୀ କହିଛନ୍ତି ୬୬ ଘରୋଇ ମଦ ଦୋକାନ ସରକାରଙ୍କ ଆଦେଶ ଅନୁପାଳନ କରିବେ । ସେମାନଙ୍କୁ ସକାଳ ୯ ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଖୋଲିବାର ଅନୁମତି ରହିଛି । ମାତ୍ର ଯେଉଁ ଦୋକନ ଗୁଡିକ ମଲ୍ ରେ ରହିଛି, ସେଗୁଡିକ ଏବେ ବନ୍ଦ ରହିବ । ଦିଲ୍ଲୀରେ ମୋଟ ୮୬୪ ଟି ମଦ ଦୋକାନ ମଧ୍ୟରୁ ୪୭୫ ସରକାରୀ ମଦ ଦୋକାନ । ସେହିପରି ୩୮୯ ଟି ଘରୋଇ ଦୋକାନ ରହିଥିବା ବେଳେ ୧୫୦ ଟି ଦୋକାନ ସପିଙ୍ଗ ମଲ୍ ରହିଛି ।
ସୂଚନାଯୋଗ୍ୟ, ଲକ୍ ଡାଉନ୍ ୪ ରେ କେନ୍ଦ୍ରସରକାର ନିୟମରେ କିଛିଟା କୋହଳ କରିଛନ୍ତି । ଯେଉଁଥିରେ କିଛି ସର୍ତ୍ତ ଅନୁଯାୟୀ ମଦ ଦୋକାନ ଖୋଲିବାକୁ ବି ଅନୁମତି ମିଳିଛି ।