ନୂଆଦିଲ୍ଲୀ (ଏଟିଆର): ଦେଶରେ ଜାରି ରହିଛି କରୋନା ପ୍ରକୋପ । ଦ୍ରୁତ ବେଗରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦେଶରେ ଏକ ଲକ୍ଷ ପାର ହୋଇ ଗଲାଣି ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟାରେ ରେକର୍ଡ ୬୭୬୭ ନୂତନ ମାମଲା ସାମ୍ନାକୁ ଆସିଛି ଏବଂ ୧୪୭ ଜଣଙ୍କ ମୃତ୍ୟୁ ହୋଇଛି ।
ଏହାକୁ ମିଶାଇ ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧ ଲକ୍ଷ ୩୧ ହଜାର ୮୬୮ କୁ ବୃଦ୍ଧି ପାଇଛି । ଏଥିରୁ ୭୩ ହଜାର ସକ୍ରିୟ ମାମଲା ରହିଥିବା ବେଳେ ୫୪ ହଜାର ୪୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ହଜାର ୮୬୭ ଜଣଙ୍କର ମୃତ୍ୟୁ ହୋଇଛି ।