ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ବିବାହ । ସେ ଦିଲ୍ଲୀର ଜଣେ ବିଜ୍ନେସମ୍ୟାନ ତଥା ତାଙ୍କ ପୁରୁଣା ବନ୍ଧୁ ଆନନ୍ଦ ଆହୁଜା ଙ୍କର ହାତ ଧରି ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି । ଏହି ସମୟରେ ସୋନମଙ୍କର ବ୍ରାଇଡଲ ଲୁକ୍ ଦେଖିବାକୁ ମିଳିଛି । ସେ ଏକ ଗୋଲାପି ରଙ୍ଗର ଲେହଙ୍ଗା ପିନ୍ଧି ବଧୁ ବେଶରେ ଖୁବ୍ ସୁନ୍ଦର ଦିଶୁଛନ୍ତି ।
ଖବରମୁତାବକ, ସୋନମଙ୍କ ବିବାହର ରଶମ ଆରମ୍ଭ ହୋଇଗଲାଣି । ବିବାହର ସଂପୂର୍ଣ୍ଣ ଆୟୋଜନ ସୋନମଙ୍କ ମାଉସୀଙ୍କ ଆଲିଶାନ ବଙ୍ଗଳାରେ କରାଯାଇଛି । ଏହି ଉତ୍ସବରେ ଅମିତାଭ ବଚ୍ଚନ, ଶ୍ୱେତା ବଚ୍ଚନ, ଜାହ୍ନବୀ କପୁର, ବୋନି କପୁର,ରାଣୀ ମୁଖାର୍ଜି ଏବଂ ସ୍ୱରା ଭାସ୍କରଙ୍କ ଭଳି ଅନେକ କଳାକାରମାନେ ସାମିଲ ହୋଇଥିବାର ଦେଖିବାକୁ ମିଳୁଛି ।
ସୋନମଙ୍କର ଏହି ବ୍ରାଇଡାଲ ଲୁକ୍ ଖୁବ୍ ଜୋର୍ ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।