ନୂଆପଡା(ଏଟିଆର ବ୍ୟୁରୋ): ନୂଆପଡା ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ସେ ମୁମ୍ବାଇରୁ ଫେରିଥିଲେ । ଆକ୍ରାନ୍ତଙ୍କ ଜଣଙ୍କ ସଦର ନୂଆପଡା ଏନଏସି ଅଞ୍ଚଳର ବୋଲି ଜଣାପଡିଛି । ମୁମ୍ବାଇରୁ ଫେରିବା ପରଠାରୁ ସେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ ।
ଗତ ୨୨ ତାରିଖରେ ତାଙ୍କର ସ୍ୱାବ ଟେଷ୍ଟ କରାଯିବା ପାଇଁ ନିଆଯାଇଥିଲା । ଆଜି ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ତେବେ ନୂଆପଡା ଏନଏସି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷାରୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏନେଇ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି ।