ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ୭୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବଲାଙ୍ଗୀରରୁ ୧୬ , ନୂଆପଡାରୁ ୧୩, ଖୋର୍ଦ୍ଧାରୁ ୧୩ , ଗଞ୍ଜାମରୁ ୧୦, କଟକରୁ ୧୧, ନୟାଗଡରୁ ୨, ଜଗତସିଂହପୁରରୁ ୬ , ସୁନ୍ଦରଗଡରୁ ୨ , ମୟୁରଭଞ୍ଜରୁ ଜଣେ, ବାଲେଶ୍ବରରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୭୬ ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର ।
Total Positive Cases till 9 am: 1593
Active Cases: 853
New Cases: 7602 cases in Nayagarh
(All in quarantine centres. Surat returnees)02 cases in Sundergarh
(All in quarantine centres. 1 each of Jharkhand & Maharashtra returnees)— I & PR Department, Odisha (@IPR_Odisha) May 27, 2020
ତେବେ ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬ ଜଣ ପଜିଟିଭଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ରରୁ ଫେରିଥିବାବେଳେ ୫ ଜଣ ପଶ୍ଚିମବଙ୍ଗ, ଜଣେ ଲେଖାଏଁ ଆନ୍ଧ୍ରପ୍ରଦେଶ,ଗୁଜୁରାଟ ଓ ତାମିଲନାଡ଼ୁରୁ ଫେରିଥିଲେ ଜ୍ଝ ସେହିପରି ନୂଆପଡାର ୧୩ ଜଣ ପଜିଟିଭଙ୍କ ମଧ୍ୟରୁ ୧୨ ଜଣ ମହାରାଷ୍ଟ୍ରରୁ ଫେରିଥିବାବେଳେ ଜଣେ ଗୁଜୁରାଟରୁ ଫେରିଥିଲେ । ଖୋର୍ଦ୍ଧାର ୧୩ ଜଣ ପଜିଟିଭଙ୍କ ମଧ୍ୟରୁ ୧୦ ଜଣ ସୁରତରୁ ଫେରିଥିବାବେଳେ ୩ ଜଣ ମହାରାଷ୍ଟ୍ରରୁ ଫେରିଥିଲେ । କଟକର ୧୧ ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ ୮ ଜଣ ଗୁଜୁରାଟ, ୨ଜଣ ମହାରାଷ୍ଟ୍ର ଓ ଜଣେ ତାମିଲନାଡୁରୁ ଫେରିଥିଲେ । ଗଞ୍ଜାମର ୧୦ ଜଣ ପଜିଟିଭଙ୍କ ମଧ୍ୟରୁ ୬ ଜଣ ସୁରତରୁ ଫେରିଥିବାବେଳେ ୨ ଜଣ ସ୍ଥାନୀୟ କେସ ବୋଲି ଜଣାପଡିଛି ।
11 cases in Cuttack
(All in quarantine centres. 8 Gujarat, 2 Maharastra & 1 TN returnees)02 cases in Balasore
(All in quarantine centres. 1 TN & 1 Maharashtra returnees)16 cases in Bolangir
(All in quarantine centres. 8 Maharastra, 5 WB, 1 each of AP, Gujarat & TN returnees)— I & PR Department, Odisha (@IPR_Odisha) May 27, 2020
ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପଶ୍ଚିମବଙ୍ଗ ଓ ୪ ଜଣ ମହାରାଷ୍ଟ୍ରରୁ ଫେରିଥିଲେ ଜ୍ଝବାଲେଶ୍ୱରର ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ । ନୟାଗଡ଼ର ୨ ଜଣ ଆକ୍ରାନ୍ତ ସୁରତରୁ ଫେରିଥିବାବେଳେ ସୁନ୍ଦରଗଡ଼ର ୨ ପଜିଟିଭଙ୍କ ମଧ୍ୟରୁ ଜଣେ ଝାଡ଼ଖଣ୍ଡ ଓ ଆଉ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୧୫୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୫୩ଟି ସକ୍ରିୟ ମାମଲା ରହିଛି । ସେହିପରି ୭୩୩ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
13 cases in Nuapada
(All in quarantine centres. 12 Maharastra & 1 Gujarat returnees)06 cases in Jagatsinghpur
(All in quarantine centres. 2 WB & 4 Maharastra returnees)— I & PR Department, Odisha (@IPR_Odisha) May 27, 2020