ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ଭାଇରସ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଦେବପୀଠ ଗୁଡିକ ବନ୍ଦ ରହିଛି । ଯାହାଫଳରେ ସମସ୍ତ ମନ୍ଦିର ଏବେ ଭକ୍ତ ଶୂନ୍ୟ । ଏଥରୁ ବାଦ୍ ପଡିନି କର୍ଣ୍ଣାଟକର ମନ୍ଦିର । ଏହାରି ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିବାକୁ ନେଇ ସବୁଜ ସଂକେତ ଦେଇଛନ୍ତି ୟେଦିୟୁରପ୍ପା ସରକାର । ଏହାସହିତ ଆଜିଠାରୁ ୫୨ ଟି ମନ୍ଦିରରୁ ଅନଲାଇନ୍ ସେବା ବୁକିଂ ବି ଆରମ୍ଭ ହୋଇଯିବ ।
ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଙ୍କ ସହ ମୁଜରାଇ କୋଟାର ମନ୍ତ୍ରୀ ଶ୍ରୀନିବାସ ପୁଜାରୀ ଆଲୋଚନା କରି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ଜୁନ୍ ପହିଲାରୁ ମନ୍ଦିର ଖୋଲିବାକୁ ନେଇ ସରକାର ସହମତି ଦେଇଛନ୍ତି । ମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ଖୋଲିବା ଏବଂ ପୁର୍ନବାର ପୂଜାର୍ଚ୍ଚନା ଆରମ୍ଭ କରିବା ପାଇଁ ହୁଏତ ଆହୁରୀ ସମୟ ଲାଗିପାରେ । କାରଣ ରାଜ୍ୟରେ ପାଖାପାଖି ୩୪ ହଜାର ମନ୍ଦିର ରହିଛି ।
ପୂଜାରୀ କହିଛନ୍ତି କି, ସମସ୍ତ ମନ୍ଦିରକୁ ଖୋଲାଯିବ ଏବଂ ନିବାରକ ଉପାୟ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଲାଗି ଆବଶ୍ୟକ ପ୍ରସ୍ତୁତି କରିବାର ନିର୍ଦ୍ଦେଶ ଦିଆଯିବ । ଏଥିପାଇଁ ଅଧିକାରୀଙ୍କ ସହ ଆଲୋଚନା ହେବ ଏବଂ ନିଷ୍ପତି ନିଆଯିବ କି କେଉଁ ଉପାୟ କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ । କାରଣ ଭକ୍ତ ଏବଂ ମନ୍ଦିରର ପୂଜାରୀଙ୍କ ଦାବି ଅନୁସାରେ ହିଁ ସରକାର ମନ୍ଦିର ଖୋଲିବାର ନିଷ୍ପତି ନେଇଛନ୍ତି ।