ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି ପ୍ରବାସୀ ଶ୍ରମିକ । ସେମାନେ ସେମାନଙ୍କ ଘରକୁ ଫେରିବା ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି । କିଏ ଚାଲିଚାଲି ହଜାର ହଜାର କିଲୋମିଟର ଯାଉଛି ତ ପୁଣି ଆଉ କିଏ ସାଇକେଲରେ । ଏହାସହିତ କିଛି ଶ୍ରମିକ ବସ୍ ଓ ଟ୍ରେନ୍ ମାଧ୍ୟମରେ ନିଜ ଗାଁକୁ ଫେରୁଥିଲେ । କିନ୍ତୁ ଏବେ ବିମାନ ଜରିଆରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ସ୍ଥାନରେ ପହଁଚାଇବାର ବ୍ୟବସ୍ଥା କରାଯାଇଛି । ପ୍ରବାସୀଙ୍କୁ ନେଇ ଏକ ବିମାନ ରାଞ୍ଚି ଅଭିମୁଖେ ଉଡାଣ ଭରିଛି । ଏନଜିଓ ସାହାର୍ଯ୍ୟରେ ପ୍ରବାସୀଙ୍କୁ ବିମାନ ବନ୍ଦରରେ ପହଁଚା ଯାଇଛି ।
ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ରାତି ୨ଟାରୁ ୧୭୭ ପ୍ରବାସୀ ଶ୍ରମିକ ଲାଇନ୍ ଦେବା ଆରମ୍ଭ କରିଦେଇଥିଲେ । ଏହି ସମସ୍ତ ଶ୍ରମିକ ସକାଳ ୬ଟାରେ ଏୟାର ଏସିଆ ବିମାନ ଯୋଗେ ଉଡାଣ ଭରିବା ପାଇଁ ପହଁଚିଥିଲେ । ବାଙ୍ଗାଲୁରୁ ଆଇନ୍ ବିଦ୍ୟାଳୟ ଏଲୁମନାଇ ଆସୋସିଏସନ୍ ର ପ୍ରିୟଙ୍କ ରମନ ସୁନିଶତଚିତ କରୁଥିଲେ କି ପ୍ରତ୍ୟେକ ପ୍ରବାଶୀ ବିମାନ ବନ୍ଦରରେ ପହଁଲେ କି ନାହିଁ ।
ଏହି ଆଇନ୍ ବିଦ୍ୟାଳୟର ପୂର୍ବ ଛାତ୍ର ସଂଘ କିଛି ଏନଜିଓ ସହ ମିଶି ମୁମ୍ବାଇର ବିଭିନ୍ନ ସ୍ଥାନରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଏକାଠି କରି ବିମାନ ଟକେଟ ବ୍ୟବସ୍ଥା କରିଥିଲେ । ପ୍ରିୟଙ୍କାଙ୍କ କହିବାନୁଯାୟୀ ଆମେ ଜାଣିଥିଲୁ କି ରାଞ୍ଚିର ଅନେକ ପ୍ରବାସୀ ଅଛନ୍ତି , ଯେଉଁମାନେ ନିଜ ଘରକୁ ଯିବାକୁ ଚାହୁଁଛନ୍ତି । ସେଥିପାଇଁ ଆମେ ଚେଷ୍ଟା କରି ସେମାନଙ୍କୁ ଘରକୁ ପଠାଇବାର ନିଷ୍ପତି ନେଇଛୁ ।