ବରଗଡ(ଏଟିଆର ବ୍ୟୁରୋ):କ୍ୱାରାଣ୍ଟାଇନ ସେଣ୍ଟରରେ ଦୁଇ ମାସ ଶିଶୁ କନ୍ୟାର ଜୀବନ ଚାଲିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଲକ ଲରାସରା କ୍ୱାରାଣ୍ଟାଇନ କେନ୍ଦ୍ରରେ । ସୂଚନା ଅନୁସାରେ ଆନ୍ଦ୍ରପ୍ରଦେଶ ବିଜୱାଡାରୁ ଏକ ଦମ୍ପତି ଓ ତାଙ୍କର ଦୁଇ ମାସର ଶିଶୁ କନ୍ୟା ନିକଟରେ ରାଜ୍ୟକୁ ଫେରିଥିଲେ । ଏହା ପରେ ଦମ୍ପିତି ଓ ତାଙ୍କ ଦୁଇ ମାସର ଶିଶୁ କନ୍ୟା କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ ।
ତେବେ ଆଜି ସକାଳୁ ଶିଶୁ ଟିର ଦେହ ଖରାପ ଥିବା ତାଙ୍କ ମା ଜଣାଇଥିଲେ । ଏହାପରେ ଅତାବାରିରୁ ଡାକ୍ତର ଆସି ଶିଶୁକୁ ଯାଞ୍ଚ କରିବା ପରେ ଶିଶୁଟିର ପ୍ରାଣ ଚାଲିଯାଇଛି ବୋଲି କହିଛନ୍ତି । କେଉଁ କାରଣରୁ ଶିଶୁଟିର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ । ତେବେ ସ୍ଥାନୀୟ ବିଡିଓ ପ୍ରଣବ ଚାନ୍ଦଙ୍କ ସୂଚନା ଅନୁସାରେ ଶିଶୁଟିର ଶଶୀରରେ କରୋନାର କୌଣସି ପ୍ରକାରର ଲକ୍ଷଣ ନଥିବାରୁ ତାଙ୍କର ଟେଷ୍ଟ କରାଯାଇନାହିଁ ।