ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସକାଳୁ ରାଜ୍ୟରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାରୁ ସର୍ବାଧିକ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳ ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପୁରରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭଦ୍ରକ , ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଓ ଦେବଗଡ଼ରୁ ୪ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୮୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।
10 cases in Gajapati
(All in quarantine centres. Maharashtra returnees)06 cases in Ganjam
(All in quarantine centres. Surat returnees)07 cases in Bolangir
(All in quarantine centres. M'rashtra returnees)07 cases in Sundargarh
(All in quarantine centres. M'rashtra returnees)— I & PR Department, Odisha (@IPR_Odisha) May 30, 2020
ସୂଚନା ଅନୁସାରେ ଗଜପତି ଜିଲ୍ଲାର ୧୦ଜଣଯାକ ମହାରାଷ୍ଟ୍ର ଫେରନ୍ତା। କେନ୍ଦ୍ରାପଡ଼ାର ୧୦ଆକ୍ରାନ୍ତଙ୍କ ଭିତରୁ ୬ଜଣ ଗୁଜୁରାଟ,ଜଣେ ମହାରାଷ୍ଟ୍ର ଓ ଜଣେ ରାଜସ୍ଥାନରୁ ଫେରିଥିବା ଜଣାଯାଇଛି। ଖୋର୍ଦ୍ଧାର ୯ ସଂକ୍ରମିତଙ୍କ ଭିତରୁ ୫ଜଣ ସୁରତ ଫେରନ୍ତା, ୩ଜଣ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ତାମିଲନାଡ଼ୁ ଫେରନ୍ତା ଅଛନ୍ତି। ବଲାଙ୍ଗୀରରୁ ଚିହ୍ନଟ ୭ଜଣ ମହାରାଷ୍ଟ୍ରରୁ ଫେରିଛନ୍ତି। ଜଗତସିଂହପୁର ଜିଲ୍ଲାର ୬ଜଣ ଆକ୍ରାନ୍ତଙ୍କ ଭିତରୁ ୩ ମହାରାଷ୍ଟ୍ର ଓ ୩ ତାମିଲନାଡ଼ୁ ଫେରନ୍ତା ଅଛନ୍ତି। ଯାଜପୁର ଜିଲ୍ଲାର ୬ ସଂକ୍ରମିତଙ୍କ ଭିତରୁ ଜଣେ ଗୁଜୁରାଟ ଫେରନ୍ତା, ୪ଜଣ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି।
01 case in Puri
(In quarantine centre. WB returnee)04 cases in Balasore
(All in quarantine centres. 2 Maharastra, 1 Gujarat & 1 TN returnees)05 cases in Kalahandi
(All in quarantine centres. 2 Maharastra, 1Gujarat & 2 Telengana returnees)— I & PR Department, Odisha (@IPR_Odisha) May 30, 2020
ସୁନ୍ଦରଗଡ଼ ଜିଲ୍ଲାର ୭ଜଣଯାକ ମହାରାଷ୍ଟ୍ର ଫେରନ୍ତା। ଭଦ୍ରକ ଜିଲ୍ଲାର ୭ଜଣଙ୍କ ଭିତରୁ ୪ ଗୁଜୁରାଟ ଫେରନ୍ତା, ୨ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି। କଟକରୁ ଚିହ୍ନଟ ୬ ସଂକ୍ରମିତଙ୍କ ଭିତରୁ ୪ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ସଂକ୍ରମିତ ଆବୁଧାବି ଓ ଆରଜଣକ ଦୁବାଇ ଫେରନ୍ତା ବୋଲି ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ୬ଜଣଯାକ ସୁରତ ଫେରନ୍ତା। ବାଲେଶ୍ବରର ୪ଜଣଙ୍କ ଭିତରୁ ଜଣେ ଗୁଜୁରାଟ, ୨ଜଣ ମହାରାଷ୍ଟ୍ର, ଜଣେ ଗୁଜୁରାଟ ଓ ଜଣେ ତାମିଲନାଡ଼ୁ ଫେରନ୍ତା ସଂକ୍ରମିତ ଅଛନ୍ତି।
04 cases in Deogarh
(All in quarantine centres. TN returnees)02 cases in Dhenkanal
(All in quarantine centres. Maharashtra returnees)06 cases in Cuttack
(All in quarantine centres. 1 Abudhabi, 1 Dubai & 4 Maharastra returnees)— I & PR Department, Odisha (@IPR_Odisha) May 30, 2020
କଳାହାଣ୍ଡି ଜିଲ୍ଲାର ୫ ଆକ୍ରାନ୍ତଙ୍କ ଭିତରୁ ୨ଜଣ ମହାରାଷ୍ଟ୍ର ଫେରନ୍ତା, ଜଣେ ଗୁଜୁରାଟରୁ ଓ ୨ଜଣ ତେଲେଙ୍ଗାନା ଫେରିଥିବା ଜଣାଯାଇଛି। ନୟାଗଡ଼ ଜିଲ୍ଲାର ଆକ୍ରାନ୍ତଜଣଙ୍କ ତାମିଲନାଡ଼ୁ ଫେରନ୍ତା ବୋଲି ଜଣାଯାଇଛି। ଦେବଗଡ଼ ଜିଲ୍ଲାର ୪ଜଣଯାକ ତେଲେଙ୍ଗାନା ଫେରନ୍ତା ଅଛନ୍ତି। ଢେଙ୍କାନାଳ ଜିଲ୍ଲାର ୨ଜଣଯାକ ମହାରାଷ୍ଟ୍ର ଫେରନ୍ତା । ନୂଆପଡ଼ାର ୪ଜଣଯାକ ମହାରାଷ୍ଟ୍ର ଫେରନ୍ତା ଥିବା ଜଣାଯାଇଛି। କେନ୍ଦୁଝରର ସଂକ୍ରମିତଜଣକ ତେଲେଙ୍ଗାନା ଫେରନ୍ତା ଓ ପୁରୀର ସଂକ୍ରମିତଜଣକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦିଆଯାଇଛି ।
04 cases in Nuapada
(All in quarantine centres. Maharashtra returnees)07 cases in Bhadrak
(All in quarantine centres. 4 Gujarat, 2 WB & 1 Maharashtra returnees)10 cases in Kendrapada
(All in quarantine centres. 8 Gujarat, 1 Maharashtra & 1 Rajasthan returnees)— I & PR Department, Odisha (@IPR_Odisha) May 30, 2020