ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଦେଶବ୍ୟାପି ଅନଲକ୍ ୧ ଆରମ୍ଭ ହୋଇଛି । ସେହିଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ମାସ ପାଇଁ ନୂତନ ମାର୍ଗଦର୍ଶିକା ଘୋଷଣା କରାଯାଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏନେଇ ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା କାହା ଉପରେ ଗୁରୁତ୍ୱ ଦିଆଯାଇଛି ।
– ସମସ୍ତ ସ୍କୁଲ, କଲେଜ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ
– ମାସ୍କ ନପିନ୍ଧିଲେ ଓ ବାହାରେ ଛେପ ପକାଇଲେ ୧୦୦୦ ଟଙ୍କା ଫାଇନ୍
– ଧାର୍ମିକ ପୀଠ, ସପିଙ୍ଗମଲ୍ ଜୁନ୍ ୩୦ ଯାଏଁ ବନ୍ଦ
– ସିନେମାହଲ୍, ଜିମ୍, ଅଡିଟୋରିୟମ, ପାର୍କ ୩୦ ଜୁନ୍ ପର୍ଯ୍ୟନ୍ତ ବନ୍ଦ
– ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ସଟ୍ ଡାଉନ୍
– ମାତ୍ର ହେଟେଲ ଗୁଡିକ ନିଜ ସାମର୍ଥ୍ୟର ୩୦% ନେଇ ଖୋଲି ପାରିବେ
– ଗ୍ରାହକ ମାନେ ରେଷ୍ଟୁରାଣ୍ଟରେ ବସି ଭୋଜନ କରି ପାରିବେ ନାହିଁ, କେବଳ ହୋଟେଲ ଥିବା ଗ୍ରାହକ ରେଷ୍ଟୁରାଣ୍ଟରେ ଭୋଜନ କରିପାରିବେ
– ରାତ୍ରିକାଳୀନ କର୍ଫ୍ୟୁରେ କୌଣସି କୋହଳ ନାହିଁ, ରାତି ୭ ରୁ ସକାଳ ୭ ଯାଏଁ କର୍ଫ୍ୟୁ