ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାତ୍ରିକାଳୀନ କର୍ଫ୍ୟୁରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ରାତି ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ପୂର୍ବରୁ ରାତି ୭ଟାରୁ ସକାଳ ୭ ଟା ଯାଏଁ କର୍ଫ୍ୟୁ ଲାଗୁ ହେଉଥିଲା ।
କେନ୍ଦ୍ର ସରକାରଙ୍କ ପଞ୍ଚମ ପର୍ଯ୍ୟାୟ ଗାଇଡ୍ ଲାଇନ୍ ରେ କର୍ଫ୍ୟୁ ସମୟରେ କୋହଳ କରାଯାଇ ରାତି ୯ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ କରାଯାଇଛି । ମାତ୍ର ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କର୍ଫ୍ୟୁରେ କୌଣସି କୋହଳ କରାଯିବ ନାହିଁ ବୋଲି ସମ୍ବାଦିକ ସମ୍ମିଳନୀ ଯୋଗେ କୁହାଯାଇଥିଲା । କିନ୍ତୁ ଏବେ ପୁଣି କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇ ରାତି ୭ଟାରୁ ସକାଳ ୫ଟା କରାଯାଇଛି ।