ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ସେନାଙ୍କ ଦ୍ୱାରା ଗତ ସପ୍ତାହରେ ପୁଲୱାମାର ଅୟାନଗୁଣ୍ଡାର ଏକ ବଡ ଆତଙ୍କି ହମଲାକୁ ବିଫଳ କରି ଦିଆଯାଇଥିଲା । ଏବେ ଏହି ଘଟଣାର ପ୍ରାଥମିକ ତଦନ୍ତ ସାମ୍ନାକୁ ଆସିଛି । ଏହି ହମଲାକୁ ସଫଳ କରିବା ପାଇଁ ମୋହମ୍ମଦ ଇସ୍ମାଇଲ ଉଲ୍ୱି ଓରଫ ଲମ୍ବୁର ହାତ ରହିଥିଲା । ଏବେ ଆତଙ୍କି ଇସ୍ମାଇଲକୁ ନେଇ ବଡ ଖୁଲାସା ହୋଇଛି ।
ଏହି ମାମଲାର ତଦନ୍ତରେ ଜଡିତ ଥିବା ଦୁଇ ଆତଙ୍କବାଦି ନିରୋଧକ ଅଧିକାରୀ କହିଛନ୍ତି କି, ଇସ୍ମାଇଲ ଜୈଶ-ଏ-ମୋହମ୍ମଦ ର ମୁଖିଆ ମୌଲାନା ମସୁଦ ଅଜହର ସହିତ ଭଲ ସମ୍ପର୍କ ରହିଛି ।
ଇସ୍ମାଇଲ ଭାଇ ରୂପେ ଲମ୍ବୁ ପରିଚିତ । ଏହାସହିତ ତାକୁ ମୋନିକର ପୌଜି ବାବା ବି ଡକାଯାଇଥାଏ । ସେ ୨୦୧୮ ମସିହାରେ ଭାରତ ଆସିଥିଲା । ଏହାସହିତ ସେ ମୁଦସ୍ତିର ଖାନ୍,ଖାଲିଦ ଏବଂ ମୋହମ୍ମଦ ଓମର ଫାରୁକ (ଏମାନେ ପୁଲୱାମା ହମଲା ଷଡଯନ୍ତ୍ରୀ ସାମିଲ ଥିଲେ) ଙ୍କୁ ବିସ୍ଫୋଟକ ସାମଗ୍ରୀ ଏକତ୍ର କରିବାରେ ସହାୟକ ହୋଇଥିଲା ।
ସୂଚନାଯୋଗ୍ୟ, ୨୦୧୯ ମସିହା ଫେବୃଆରୀ ୧୪ ରେ ହୋଇଥିବା ପୁଲୱାମା ହମଲାରେ ୪୦ ସିଆରପିଏଫ ଯବାନ ସହିଦ ହୋଇ ଯାଇଥିଲେ । ଏହି ହମଲାକୁ ସଫଳ କରିବାରେ ମସୁଦ ଅଜହରର ମୁଖ୍ୟ ଭୂମିକା ରହିଥିଲା ।