ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା କରିବା ପାଇଁ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ତେବେ ସରପଞ୍ଚ କ୍ଷମତା ପାଇବା ପରେ ବହୁ ସରପଞ୍ଚମାନେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୪ଟି ପଞ୍ଚାୟତ ମାନକୁ ଶଟ୍ ଡାଉନ୍ କରିଛନ୍ତି ସରପଞ୍ଚ ମାନେ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଗଙ୍ଗପଡା ପଞ୍ଚାୟତରେ ଜଣେ ମହିଳା କରୋନା ପଜେଟିଭ ଚିହ୍ନଟ ହେବା ପରେ ଭାତଖୁରୀ ଏବଂ ଗଙ୍ଗାପଡାକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚାୟତ ଗୀତାଞ୍ଜଳି ମହାରଣା ।
ଗଞ୍ଜାମ ଜିଲ୍ଲା ବେଗୁନିଆ ବ୍ଲକ ବୁରୁଝୁରୀ ପଞ୍ଚାୟତକୁ ୭ ଦିନ ପାଇଁ ଶଟ୍ ଡାଉନ୍ କରିଛନ୍ତି ସରପଞ୍ଚ କସ୍ତୁରୀ ପରିଡା । ନିକଟରେ ସ୍ଥାନୀୟ ଅଞ୍ଚଳରୁ ୪ ଜଣ ଓ କ୍ୱାରାଣ୍ଟାଇନ ସେଣ୍ଟରରୁ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ସରପଞ୍ଚ ଏଭଲି ପଦକ୍ଷେପ ନେଇଛନ୍ତି । ସେହିଭଲି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଦୁଇଟି ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରିଛନ୍ତି ସରପଞ୍ଚ । ସେହିପରି ବାଙ୍କୀ ବ୍ରହ୍ମପୁରା ପଞ୍ଚାୟତର ସରପଞ୍ଚଙ୍କ ଜଣେ ସହଯୋଗୀ କରୋନା ପଜେଟିଭ ଚିହ୍ନଟ ହେବାରୁ ପ୍ରଶାସନ ପକ୍ଷରୁ ୧ ନମ୍ବର ୱାର୍ଡରୁ ୧୬ ନମ୍ବର ୱାର୍ଡ ପର୍ଯ୍ୟନ୍ତ କଣ୍ଟେନମେନଣ୍ଟ ଜୋନ୍ ଘୋଷଣା କରାଯାଇଛି ।