ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଳାତକ ଘୋଷିତ ହୋଇଥିବା ଭାରତୀୟ ବିଜନେସ୍ ଟାଇକୁନ୍ ତଥା ମଦ୍ୟ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଯେକୌଣସି ସମୟରେ ଭାରତକୁ ପ୍ରତ୍ୟର୍ପିତ କରା ଯାଇପାରେ । ଭାରତ ଫେରିବାର ସମସ୍ତ ଆଇନ ପ୍ରକ୍ରିୟା ପୁରଣ କରାଯାଇ ସରିଲାଣି । ଏନେଇ ସରକାରଙ୍କ ଶୀର୍ଷ ସୂତ୍ରରୁ ସୂଚନା ମିଳିଛି ।
ପ୍ରତ୍ୟାର୍ପଣ ବିରୋଧରେ ମାଲ୍ୟାଙ୍କ ପିଟିସନ ବ୍ରିଟେନ୍ ର ଶୀର୍ଷ ଅଦାଲତରେ ମେ ୧୪ ରେ ଖାରଜ ହେବା ପରେ ଭାରତ ପକ୍ଷରୁ ଏହି ସଂକେତ ମିଳିଛି । ଏହି ମାମଲା ସହ ଜଡିତ ଇଡି ର ଜଣେ ଶୀର୍ଷ ପକ୍ଷରୁ କୁହାଯାଇଛି କି, ଆଗାମୀ କିଛି ଦିନ ମଧ୍ୟରେ ଯେକୌଣସି ସମୟରେ ମାଲ୍ୟା ଅଣା ଯାଇ ପାରେ ।
ପ୍ରତ୍ୟର୍ପଣ ପରେ ସର୍ବପ୍ରଥମେ ଆମେ ତାଙ୍କ କଷ୍ଟୋଡିକଚ ନେବୁ । କାରଣ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଏଜେନ୍ସି ପ୍ରଥମେ ଆମେ ହିଁ ଥିଲୁ । ମାଲ୍ୟାଙ୍କ ପ୍ରତ୍ୟର୍ପଣର ରାସ୍ତା ମେ ୧୪ ରେ ସ୍ପଷ୍ଟ ହୋଇଯାଇଥିଲା । ଯେତେବେଳେ ସେ କେସ୍ ହାରି ଯାଇଥିଲେ । ଏବେ ମୋଦି ସରକାରଙ୍କୁ ତାଙ୍କୁ ଆଗାମୀ ୨୮ ଦିନ ମଧ୍ୟରେ ଆଣିବାକୁ ପଡିବ । ମେ ୧୪ ରୁ ଏପର୍ଯ୍ୟ ପ୍ରଥମରୁ ହିଁ ୨୦ ଦିନରୁ ଅଧିକ ହୋଇଗଲାଣି । କାରଣ ମାଲ୍ୟାଙ୍କ ପିଟିସନ୍ କୁ ବ୍ରିଟେନ୍ ଅଦାଲତ ପକ୍ଷରୁ ଖାରଜ କରି ଦିଆଯାଇଛି ।
ମାଲ୍ୟା ଙ୍କ ନାଁରେ ୯ ହଜାର କୋଟିର ଧୋକା ଏବଂ ମନିଲାଣ୍ଡ୍ରିଂର ଅଭିଯୋଗ ରହିଛି । ଏହାପରେ ସେ ବ୍ୟକ୍ତିଗତ କାରଣର ବାହାନା ବାଜି କରି ୨୦୧୬ ମସିହା ମାର୍ଚ୍ଚ ମାସରୁ ଭାରତ ଛାଡି ଚାଲି ଯାଇଥିଲେ । ସେ ପାଖାପାଖି ୧୭ ଟି ଭାରତୀୟ ବ୍ୟାଙ୍କକୁ ଧୋକା ଦେଇଛନ୍ତି ।