ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ରହୁଥିବା ନେପାଳ ନାଗରିକଙ୍କୁ ଫେରିବାର ରାସ୍ତା ଖୋଲି ଦେଇଛି ନେପାଳ । ଭାରତ ସହ ଲାଗିଥିବା ୨୦ ଟି ସୀମାକୁ ଖୋଲି ଦେଇଛି ନେପାଳ । ଏନେଇ ନେପାଳ କହିଛି କି, ଦୀର୍ଘ ଦିନ ହେବ ଭାରତରୁ ନିଜ ଘରକୁ ଫେରିବା ପାଇଁ ଅପେକ୍ଷା କରିଥିବା ନେପାଳ ନାଗରିକ ଏବେ ଔପଚାରିକତା ପୂରଣ କରିବା ପରେ ଏହି ସୀମା ଦେଇ ଆସି ପାରିବେ । ଏହାସହିତ ଜୁନ୍ ୧ ରୁ ଭାରତ ବି ଯିବା ଆସିବା ଉପରେ କଟକଣା ହଟାଇ ଦେଇଛି । ସେଥିପାଇଁ ଏବେ ନେପାଳି ନାଗରିକଙ୍କୁ ଫେରିବାର କୌଣସି ଅସୁବିଧା ହେବ ନାହିଁ । ଲକ୍ ଡାଉନ୍ ପାଇଁ ଏହି ୨୦ ଟି ସୀମାକୁ ବନ୍ଦ କରି ଦିଆଯାଇଥିଲା ।
ଭାରତରେ ସମସ୍ତ ଗତିବିଧି ବନ୍ଦ ଥିଲା, କିନ୍ତୁ ଯେତେବେଳେ ଭାରତରେ ଅନଲକ୍ ୧ ଆରମ୍ଭ ହୋଇଯାଇଛି ତେବେ ପଡୋଶୀ ଦେଶରେ ବି ଧୀରେ ଧୀରେ ଲକ୍ ଡାଉନ୍ ରେ କୋହଳ କରିବା ଆରମ୍ଭ କରାଯାଇଛି ।