ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢି ଚାଲିଛି କରୋନା ପ୍ରକୋପ । କ୍ରମାଗତ ଭାବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆଜି ବି ରାଜ୍ୟରେ ନୂତନ ୧୩୦ ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୧୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳର ।ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 4th JUNE
New positive cases: 130
In quarantine:124
Local contacts:06(Details of local contacts will be shared by concerned District Administration)
1. Koraput: 6
2. Khordha: 22
3. Puri: 1
4. Raygada: 1
5. Jajpur: 3
6. Jagatsinghpur: 1— I & PR Department, Odisha (@IPR_Odisha) June 5, 2020
New recoveries: 65
Cumulative tested: 169010
Positive: 2608
Recovered: 1481
Active cases: 1117— I & PR Department, Odisha (@IPR_Odisha) June 5, 2020
ଆଜି ଚିହ୍ନଟ ହୋଇଥିବା ନୂତନ ୧୩୦ ମାମଲା ମଧ୍ୟରେ କୋରାପୁଟରୁ ୬ ଜଣ, ଖୋର୍ଦ୍ଧାରୁ ୨୨ ଜଣ, ପୁରୀରୁ ଜଣେ,ନୟାଗଡରୁ ଜଣେ, ଯାଜପୁରରୁ ୩ ଜଣେ, ଜଗତସିଂହପୁରରୁ ଜଣେ, ଗଜପତିରୁ ୭ ଜଣ, ମୟୁରଭଞ୍ଜରୁ ୨୨ ଜଣ, କଟକରୁ ୨୩ ଜଣ, ଅନୁଗୁଳରୁ ଜଣେ, ବରଗଡରୁ ୪ ଜଣ, ଢେଙ୍କାନାଳରୁ ୨ ଜଣ, ବଲାଙ୍ଗିରରୁ ୩ ଜଣ, ଭଦ୍ରକରୁ ୪ ଜଣ, କେନ୍ଦୁଝରରୁ ୨ ଜଣ, କନ୍ଧମାଳରୁ ୩ ଜଣ, କଳାହାଣ୍ଡିରୁ ୩ ଜଣ, ଗଞ୍ଜାମରୁ ୧୨ ଜଣ, ସୁନ୍ଦରଗଡରୁ ୭ ଜଣ, ସୋନପୁରରୁ ଜଣେ ରହିଛନ୍ତି ।