ଗଞ୍ଜାମ(ଏଟିଆର ବ୍ୟୁରୋ): ଖଲିକୋଟ ବ୍ଲକର ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଓ ୧୦ ଟି ଗାଁକୁ ବରଫ ଜୋନ ଭାବେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଖଲ୍ଲିକୋଟ ବାଦପଲ୍ଲୀ ପଞ୍ଚାୟତରେ କ୍ୱାରାଣ୍ଟାଇନ ସେଣ୍ଟରରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଲି ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ବାଦପଲ୍ଲୀ ପଞ୍ଚାୟତର ଘୋଡ଼ାପଡ଼ା, ସିଆଳିପାଟ, କୁରୁମପୁର,ଗୁଣ୍ଡୁରିପଲ୍ଲୀ, ବଡ଼ପଲ୍ଲୀ, ସାନବଳା, ନୂଆପଲ୍ଲୀ, ଛକସିଂହ, ଦେବୀଝୋର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି କରାଯାଇଛି ।
ଏହା ଛଡା ଏହି ପଞ୍ଚାୟତର ଆଖପାଖରେ ଥିବା ୧୦ ଟି ଗାଁକୁ ବରଫ ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି ଆୟିତିପୁର ପଞ୍ଚାୟତର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ କାର୍ୟ୍ୟରତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଞ୍ଚାୟତର ବିରିପୁର ଗାଁକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳ ମାନଙ୍କରେ ପାତାୟତକୁ ସପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି ।