ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସବୁ ଲୋକଙ୍କ ସ୍ୱପ୍ନ ଥାଏ ଏକ ସୁନ୍ଦର ଘର ତିଆରି କରିବା । ସେଥିପାଇଁ ଯିଏ ଯେଉଁ ପ୍ରକାର ଘରଟିଏ ତିଆରି କରିଥାନ୍ତି । ଅନେକ ଲୋକ ଘରେ ଏକ ସୁନ୍ଦର ବାଲକୋନି ତିଆରି କରିଥାନ୍ତି । କିନ୍ତୁ ଆପଣ ମାନେ ଜାଣିଛନ୍ତି କି? ବାଲକୋନି ତିଆରି ସମୟରେ ବାସ୍ତୁ କେତେ ମହତ୍ୱପୂର୍ଣ୍ଣ? ତେବେ ଆସନ୍ତୁ ଜାଣିବା..
ବାଲକୋନି ଏଭଳି ସ୍ଥାନରେ ତିଆରି କରାଯାଏ, ଯେଉଁଠି ସହଜରେ ସୂର୍ଯ୍ୟଙ୍କ କିରଣ ପଡି ପାରୁ ଥିବ । ସେଥିପାଇଁ ଘରର ବାଲକୋନିକୁ ବାସ୍ତୁ ଅନୁଯାୟୀ ତିଆରି କରିବା ଉଚିତ୍ । ଯଦି ଆପଣଙ୍କ ବାଲକୋନି ବାସ୍ତୁ ଅନୁସାରେ ତିଆରି କରିଛନ୍ତି ତେବେ ଘରେ ସକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ ।
ଭୁଲ କୋଣରେ ବାଲକୋନି ତିଆର କଲେ ଅନେକ ସମସ୍ୟା ଦେଖାଦେଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ,ସୂର୍ଯ୍ୟ ଉଦୟ ଏବଂ ପ୍ରାକୃତିକ ପବନ ଯେଭଳି ଘର ଉପରେ ପଡିବ ସେଥିପାଇଁ ସଠିକ୍ କୋଣରେ ବାଲକୋନି ତିଆରି କରିବା ଉଚିତ୍ ।
– ଐଶାନ୍ୟ କୋଣ କିମ୍ବା ପୂର୍ବ କୋଣରେ ବାଳକୋନି ତିଆରି କଲେ ଅତି ଉତ୍ତମ ହୋଇଥାଏ ।
– ଯଦି ଘରର ମୁଖ୍ୟ ଦ୍ୱାର ପୂର୍ବମୁଖା ଅଛି ତେବେ ବାଲକୋନି ଉତ୍ତର ପୂର୍ବ କିମ୍ବା ଉତ୍ତର କୋଣରେ ରହିବା ଉଚିତ୍ ।
– ଘରର ଦ୍ୱାର ପଶ୍ଚିମ ଆଡକୁ ଥିଲେ, ବାଲକୋନି ଉତ୍ତର ପଶ୍ଚିମ କୋଣରେ ରହିବା ଉଚିତ୍ ।
– ସେହିଭଳି ଉତ୍ତର ଆଡକୁ ମୁହଁ ଥିଲେ,ବାଲକୋନି ଉତ୍ତର-ପୂର୍ବ କୋଣରେ ତିଆରି କରନ୍ତୁ ।
– ଦକ୍ଷିଣ ଦିଗ ଆଡକୁ ଥିଲେ ବାଲକୋନି ଦକ୍ଷିଣ-ପୂର୍ବ କିମ୍ବା ଦକ୍ଷିଣ କୋଣରେ ବନାନ୍ତୁ ।