ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମରେ ନିବେଶ କରୁଥିବା ବିଦେଶ ନିବେଶକଙ୍କ ତାଲିକା ଲମ୍ବା ହେବାରେ ଲାଗିଛି । ରବିବାର କମ୍ପାନୀକୁ ସପ୍ତମ ସପ୍ତାହରେ ଅଷ୍ଟମ ବଡ କମ୍ପାନୀ ଆବୁଧାବି ଇଂଭେଷ୍ଟମେଣ୍ଟ ଅଥରିଟି ମିଳି ଯାଇଛି । ଯିଏ ୧.୧୬ ପ୍ରତିଶତ ଇକ୍ୱିଟି ପାଇଁ ଜିଓ ପ୍ଲାଟଫର୍ମରେ ୫,୬୮୩.୫୦ କୋଟି ଟଙ୍କା ନିବେଶର ଘୋଷଣା କରିଛି । ଜିଓ ପ୍ଲାଟଫର୍ମର ଇକ୍ୱିଟି ଭ୍ୟାଲ୍ୟୁ ୪.୯୧ ଲକ୍ଷ କୋଟି ଟଙ୍କା ଆଙ୍କିଛି ଏଡିଆଇ ।
ଏହା ଗତ ସପ୍ତମ ସପ୍ତାହରୁ ବି କମ ସମୟରେ ଜିଓରେ ଅଷ୍ଟମ ନିବେଶ । ଏହାସହିତ ୪୭ ଦିନ ମଧ୍ୟରେ ଜିଓରେ ମୋଟ ନିବେଶ ୧ ଲକ୍ଷ କୋଟି ଟଙ୍କାରେ ପହଁଚି ଯାଇଛି । ଏହି ନୂତନ ନିବେଶ ବିଷୟରେ ସୂଚନା ଦେଇ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ କହିଛି କି, ଏଥିରେ ଜିଓର ସେୟାର ମଲ୍ୟାଙ୍କନ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଉପକ୍ରମ ମୂଲ୍ୟାୟନ ୫.୧୬ ଲକ୍ଷ କୋଟି ଟଙ୍କା କରାଯାଇଛି ।
ସେପଟେ ରିଲିଆନ୍ସର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି କି, ମୁଁ ଖୂସୀ କି ନିବେଶର ଚାରି ଦଶକର ସଫଳତା ଟ୍ରାକ ରେକର୍ଡ ସହିତ ଆବୁଧାବି ନିବେଶ ପ୍ରାଧିକରଣ ଜିଓ ପ୍ଲାଟଫର୍ମ ସହିତ ପାର୍ଟନରସିପ୍ କରୁଛି ।
ରିଲିଆନ୍ସ ଇଣ୍ଡଷ୍ଟ୍ରି ଏପର୍ଯ୍ୟନ୍ତ ଜିଓ ପ୍ଲାଟଫର୍ମରେ ୨୧.୦୬ ପ୍ରତିଶତ ସେୟାର ବିକ୍ରି କରିବା ପାଇଁ ଡିଲ୍ କରି ସାରିଲାଣି । ଯେଉଁଥିରେ କମ୍ପାନୀକୁ ମୋଟ ୯୭,୮୮୫.୬୫ କୋଟି ଟଙ୍କା ମିଳିଛି । ଏହାପୁର୍ବରୁ ଫେସବୁକ୍, ସିଲ୍ଭର ଲେକ୍, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟଲାଣ୍ଟିକ, କେକେଆର ଏବଂ ମୁବାଡାଲା ଭଳି କମ୍ପାନୀ ଜିଓରେ ନିବେଶ କରି ସାରିଛନ୍ତି ।