ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ଜୁଲାଇ ୭ ତାରିଖରୁ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଯୁକ୍ତ ଷଷ୍ଠ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ଏହା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ମାସ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ।
ସେହିପରି ଜୁଲାଇ ୨୪ ତାରିଖରୁ ଥିଓରି ପରୀକ୍ଷା ଆରମ୍ଭ କରାଯିବ । ତେବେ ପରୀକ୍ଷା ହେବା ସମୟରେ କୋଭିଡ-୧୯ ଗାଇଡ ଲାଇନକୁ ମାନିବାକୁ ପଡିବ । ପରୀକ୍ଷା ସମୟରେ ଛାତ୍ରଛାତ୍ରୀ , ଅଧ୍ୟାପକ ଓ କର୍ମୀଚାରୀ ମାନେ ମାସ୍କ ପିନ୍ଧିବେ । ଏହା ସହ ଯଥା ସମ୍ଭବ ସାମାଜିକ ଦୂରତା ବଜାଇ ରଖିବା ପାଇଁ କୁହାଯାଇଛି । ଏହା ସହ ଛାତ୍ରଛାତ୍ରୀ ମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରେଇବା ପାଇଁ କୁହାଯାଇଛି । ପରୀକ୍ଷା କେନ୍ଦ୍ର ଗୁଡିକ ପରୀକ୍ଷା ସରିବା ପରେ ଭଲ ଭାବରେ ସାନିଟାଇଜ କରାଯିବ ।