ପୁରୀ(ଏଟିଆର ବ୍ୟୁରୋ): ହାଇକୋର୍ଟରେ ରଥଯାତ୍ରା ବନ୍ଦ କରାଯିବା ପାଇଁ ଏକ ଆବେଦନ କରାଯାଇଥିଲା । ଯାହାକୁ ଆଜି ଖାରଜ କରିଛନ୍ତି ହାଇକୋର୍ଟ । ଏହା ସହ ହାଇକୋର୍ଟ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା କିଭଳି ହେବ ତାହା ରାଜ୍ୟ ସରକାର ବ୍ୟବସ୍ଥା କରିବେ । ମହାପ୍ରଭୁଙ୍କ ରିତି ନିତି ଓ କୋଭିଡ ନିୟମକୁ ମାନି ଶାନ୍ତି ଶୃଙ୍ଖଳା ସହ କିଭଳି ରଥଯାତ୍ରା ହେବ ସେନେଇ ସପୂର୍ଣ୍ଣ ବ୍ୟବସ୍ଥା ରାଜ୍ୟ ସରକାର କରିବେ । ତେବେ ଚିଳିତ ବର୍ଷ କରୋନା ମହାମାରୀ ବ୍ୟାପୁଥିବାରୁ ବହୁ ଦିନ ହେବ ମନ୍ଦିର ଭିତରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି ।
ଏହା ସହ ରଥ ନିର୍ମାଣ କାର୍ଯ୍ୟ ବିଳମ୍ଭରେ ଆରମ୍ଭ କରାଯାଇଥିଲେ ମଧ୍ୟ ଏହାକୁ ୨୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ହାଇକୋର୍ଟ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ରଥ କାମ ଜୋର ସୋରରେ ଆଗେଇ ଚାଳିଛି । ଏବେ ନିକଟରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାକୁ ବହୁ କଟକଣା ସହ ପାଳନ କରାଯାଇଛି । ତେବେ ରଥଯାତ୍ରା ସମୟରେ ମାସ୍କା ପିନ୍ଧିବା ଓ ସାମାଜିକ ଦୁରତା ବଜାଇ ରଖିବା ବାଧ୍ୟତା ମୂଳକ କରାଯିବ ବୋଲି ଜଣାପଡିଛି ।