ଅଂଶୀଦାରଙ୍କ ସହିତ ପରାମର୍ଶ କରାଯିବା ପରେ ଦେଶର ବିଭିନ୍ନ ସହର ଏବଂନଗରପାଳିକା କ୍ଷେତ୍ରରେ ପଦଯାତ୍ରୀଙ୍କ ଅନୁକୂଳ ବଜାର ପ୍ରତିଷ୍ଠା ଲାଗି ଆବାସ ଓସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସାମଗ୍ରିକ ଯୋଜନା ସୁପାରିସକରାଯାଇଛି। ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଙ୍କର ମିଶ୍ରଙ୍କ ପକ୍ଷରୁ ଏସଂକ୍ରାନ୍ତରେ ସମସ୍ତ ରାଜ୍ୟ, ସହର, ନଗର ନିଗମକୁ ମାର୍ଗଦର୍ଶିକା ଜାରିକରାଯାଇଛି। ଦଶ ଲକ୍ଷରୁ କମ ଜନସଂଖ୍ୟା ଥିବା ସହରରେ ଅତିକମରେଗୋଟିଏ ବଜାର ଏବଂ ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେଅତିକମରେ ତିନୋଟି ବଜାର ଚୟନ କରିବା ଲାଗି ଏଥିରେ ପରାମର୍ଶଦିଆଯାଇଛି। ଏସବୁ ବଜାରରେ ପାଦଚଲା ମାର୍ଗ ନିର୍ମାଣ କରାଯିବ।
ବଜାରଗୁଡ଼ିକରେ ପାଦଚଲା ମାର୍ଗ ନିର୍ମାଣ ନିମନ୍ତେ ନିମ୍ନଲିଖିତ ଉପାୟ ସମ୍ପର୍କରେପରାମର୍ଶ ଦିଆଯାଇଛି।
- ବଜାର ନିମନ୍ତେ ସ୍ଥାନ ଚୟନ- ଦଶଲକ୍ଷରୁ ଅଧିକ ଜନସଂଖ୍ୟା ଥିବାସହରରେ ଅତିକମରେ ତିନୋଟି ବଜାର ପାଇଁ ସ୍ଥାନ ଚୟନକରାଯାଇପାରିବ ଏବଂ ଏଥିରେ ପାଦଚଲା ମାର୍ଗ ନିର୍ମାଣ ନିମନ୍ତେଅଧିସୂଚିତ କରାଯାଇପାରିବ। ଦଶଲକ୍ଷରୁ କମ ଜନସଂଖ୍ୟା ଥିବାସହରରେ ଗୋଟିଏ ବଜାର ପାଇଁ ସ୍ଥାନ ଚୟନ କରାଯାଇପାରିବ।
- କ୍ଷେତ୍ର ନିମନ୍ତେ ସାମଗ୍ରିକ ଯୋଜନା : ପାଦଚଲା ଯାତ୍ରୀଙ୍କ ପାଇଁ ଅନୁକୂଳବଜାର ନିର୍ମାଣ କରିବାର ଯୋଜନା ବିକ୍ରେତା, ନଗରପାଳିକା ଅଧିକାରୀ, ଯାତାୟାତ, ପୋଲିସ, ପାର୍କିଂ ସୁବିଧା ଉପଲବ୍ଧ କରାଉଥିବା ମାଲିକ, ଦୋକାନ ମାଲିକ ଏବଂ ଉପଭୋକ୍ତାଙ୍କ ସହିତ ପରାମର୍ଶ କରି ପ୍ରସ୍ତୁତକରାଯାଇପାରିବ। ଏଥିପାଇଁ ବର୍ତ୍ତମାନ ପରିଦୃଶ୍ୟରେ ବଜାରଉପଯୋଗ କରୁଥିବା ବିଭିନ୍ନ ଅଂଶୀଦାରଙ୍କ ଦ୍ବାରା ଉପଯୁକ୍ତ ସର୍ବେକ୍ଷଣକରାଯିବାର ଆବଶ୍ୟକତା ରହିଛି। ଯାତାୟାତ ନିମନ୍ତେ ଏକ ଦିଶା-ନିର୍ଦ୍ଦେଶିତ ଯୋଜନା ପ୍ରସ୍ତୁତ କରିବାକୁ ହେବ। ପାଦରେ ଚାଲିବା ଲାଗିଏପରି ଉଚିତ ମାର୍ଗ ପ୍ରସ୍ତୁତ କରାଯିବ ଯେଉଁଥିରେ ବଜାରକୁ ଆସୁଥିବାଲୋକମାନେ ପରସ୍ପର ଠାରୁ ଦୂରତା ବଜାୟ ରଖିବା (ସୋସିଆଲଡିଷ୍ଟାନ୍ସିଂ)ର ନିୟମର ପାଳନ କରିପାରିବେ। ଗଛ ଓ ଅନ୍ୟାନ୍ୟସବୁଜିମାକୁ ଅକ୍ଷୂର୍ଣ୍ଣ ରଖି ଯୋଜନା ପ୍ରସ୍ତୁତ କରାଯାଇପାରିବ।ଯୋଜନାରେ ବିକ୍ରି ସ୍ଥାନ, ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ଶୌଚାଳୟ ସୁବିଧାପ୍ରତି ଧ୍ୟାନ ଦିଆଯିବ। ଯୋଜନାରେ ଚୟ଼ନ କରାଯାଇଥିବା ବଜାରକ୍ଷେତ୍ର ଆଖପାଖ ଅଞ୍ଚଳରେ ସାଧାରଣ ଲୋକମାନଙ୍କ ପାଇଁ ଆଲୋଚନାକରିବା ସ୍ଥାନ ଏବଂ କମ ଉପଯୋଗ ହେଉଥିବା ସର୍ବସାଧାରଣ ସ୍ଥାନକୁମଧ୍ୟ ସାମିଲ କରାଯିବା ଆବଶ୍ୟକ। ଥରେ ଏହି ଯୋଜନା ପ୍ରସ୍ତୁତହୋଇଗଲେ ସହରରେ ଦୁଇଟି ପର୍ଯ୍ୟାୟରେ ଲଘୁ ଅବଧି ଏବଂଦୀର୍ଘକାଳିନ ଅବଧିରେ କାର୍ଯ୍ୟାନ୍ଵୟନ ଆରମ୍ଭ କରାଯାଇପାରିବ।
- ସ୍ଵଳ୍ପକାଳିନ ସୁପାରିସରେ ଏପରି ହସ୍ତକ୍ଷେପ ସାମିଲ ହେବ ଯାହାକିତ୍ଵରିତ, ଅସ୍ଥାୟୀ, ଲାଗୁ କରିବାରେ ସହଜ ଏବଂ ଲକଡାଉନ ପରେଆଗନ୍ତୁତକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସକ୍ଷମ ହୋଇଥିବ।ବଜାରକୁ ବ୍ୟାରିକେଡ, ବାହାନ ନିମନ୍ତେ ସଡ଼କ ବନ୍ଦ କରିବା ଭଳିତ୍ଵରିତ ଓ ଅସ୍ଥାୟୀ ଉପାୟ ସହିତ ପୁନର୍ବ୍ୟବସ୍ଥିତ କରାଯାଇପାରିବ।
- ରାସ୍ତାରେ ଚାଲିବା ଏବଂ ପ୍ରତୀକ୍ଷା କରିବା ଲାଗି ଆହୁରି ଅଧିକ ସ୍ଥାନଦେବା ନିମନ୍ତେ ଅନ ଷ୍ଟ୍ରିଟ ପାର୍କିଂ ସ୍ଥାନ କିମ୍ବା ମାଲ ଲୋଡ କରିବାରମାର୍ଗକୁ ପୁଣିଥରେ ନିର୍ମାଣ କରାଯାଇପାରିବ।
- ଯାତାୟାତକୁ ଆହୁରି ସୁଗମ କରିବା ଲାଗି ସହର ପ୍ରଶାସନ ଅତିରିକ୍ତସଡ଼କ ନିର୍ମାଣ ପାଇଁ ଯୋଜନା କରିପାରିବେ।
- ସାଇକେଲ ଚାଳକମାନଙ୍କୁ ସମର୍ପିତ/ସ୍ଵତନ୍ତ୍ର ଭାବେ ନିର୍ଦ୍ଧାରିତ ମାର୍ଗରେଯିବା ଆସିବାର ଅନୁମତି ଦିଆଯାଇପାରିବ।
- ଅଞ୍ଚଳବାସୀଙ୍କ ଯାତାୟାତ ନିମନ୍ତେ ମୋଟର ଗାଡ଼ି ପହଞ୍ଚିବାର ବ୍ୟବସ୍ଥାସ୍ପଷ୍ଟ ଭାବେ ଚିହ୍ନିତ କରାଯିବା ଉଚିତ।
- ନଗର ପ୍ରଶାସନ ବଜାରକୁ ଯାଇଥିବା ସଡ଼କ ପଥକୁ ଚଉଡ଼ା ମଧ୍ୟକରିପାରିବେ।
- ଲୋକମାନେ ସହଜରେ ବଜାରରେ ପହଞ୍ଚିବା ଲାଗି ବାରମ୍ବାରବ୍ୟବହାର କରାଯାଉଥିବା ସାର୍ବଜନୀନ ମାର୍ଗକୁ ବିକଶିତକରାଯାଇପାରିବ।
- ଅସ୍ଥାୟୀ ସ୍ଵଳ୍ପକାଳିନ ଉପାୟ ସଠିକ ଭାବେ କାର୍ଯ୍ୟକାରୀ ହେଲେଦୀର୍ଘକାଳିନ ସ୍ଥାୟୀ ଭିତ୍ତିଭୂମି ବିକଶିତ କରାଯାଇପାରିବ।
ସମୟସୀମା:
ବଜାରରେ ପାଦଚଲା ମାର୍ଗ ନିର୍ମାଣ ନିମନ୍ତେ ସିଟି ମାର୍କେଟ ସ୍ପେସ ଚୟନ 30 ଜୁନ, 2020 ସୁଦ୍ଧା କରାଯାଇପାରିବ। ଅଂଶୀଦାରମାନଙ୍କ ସହିତ ପରାମର୍ଶ କରିକ୍ଷେତ୍ର ଲାଗି ସାମଗ୍ରିକ ଯୋଜନା ଆସନ୍ତା 3 ମାସ ଅର୍ଥାତ 30 ସେପ୍ଟେମ୍ବର, 2020 ସୁଦ୍ଧା ପ୍ରସ୍ତୁତ କରାଯାଇପାରିବ। ବିକ୍ରେତା ଓ ବଜାରର ଅନ୍ୟ ଉପଯୋଗକାରୀଙ୍କସର୍ବେକ୍ଷଣ 31 ଜୁଲାଇ, 2020 ସୁଦ୍ଧା ସମ୍ପୂର୍ଣ୍ଣ କରାଯାଇପାରିବ। ସେପ୍ଟେମ୍ବର 2020 ଶେଷ ସୁଦ୍ଧା କାର୍ଯ୍ୟାନ୍ଵୟନ ଆରମ୍ଭ କରିବା ଲାଗି ଯୋଜନାକୁ ଔପଚାରିକରୂପ ଦିଆଯାଇପାରିବ।
କୋଭିଡ-19 ମହାମାରୀ ଆମକୁ ଲୋକମାନଙ୍କ ପାଇଁ ସଡ଼କରେ କିଛି ନୂଆକରିବାର ସୁଯୋଗ ଆଣି ଦେଇଛି। ବଜାରଗୁଡ଼ିକୁ କୋଭିଡ-19 ଠାରୁ ସୁରକ୍ଷିତଏବଂ ଲୋକମାନଙ୍କ ଅନୁକୂଳ କରିବା ଲାଗି ଭାରତୀୟ ସହରରବଜାରଗୁଡ଼ିକରେ ପାଦଚଲା ମାର୍ଗ ନିର୍ମାଣ ଉପରେ ଯୋଜନା କରିବା ବର୍ତ୍ତମାନସମୟର ଆବଶ୍ୟକତା।
କୋଭିଡ-19 ମହାମାରୀ ବିଶ୍ବକୁ ଆସିବା ପୂର୍ବରୁ ଚେନ୍ନାଇ, ପୁଣେ ଓ ବେଙ୍ଗାଲୁରୁଭଳି କେତେକ ଭାରତୀୟ ସହରକୁ ପାଦଚଲା ଯାତ୍ରୀଙ୍କ ପାଇଁ ଅନୁକୂଳକରାଯାଇସାରିଛି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଚେନ୍ନାଇ ସହରରେ 100 କିମିରୁ ଅଧିକ ଲମ୍ବା ପାଦଚଲା ରାସ୍ତା ନିର୍ମାଣ କରାଯାଇସାରିଛି। ଏଥିରେସହରର ବ୍ୟବସାୟିକ କେନ୍ଦ୍ରରେ ପାଦଚଲା ଯାତ୍ରୀ ପ୍ଲାଜା ମଧ୍ୟ ସାମିଲ ରହିଛି।ସେହିପରି ପୁଣେରେ 400 କିମି ସାଇକେଲ ଅନୁକୂଳ ସଡ଼କ ନିର୍ମାଣର ପ୍ରସ୍ତାବରହିଛି।