ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାତର ୫ ଦିନ ହେବ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୬୦ ପଇସା ବୃଦ୍ଧି ହୋଇଛି । ସେହିଅନୁଯାୟୀ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୩.୪୦ ଟଙ୍କାରୁ ବୃଦ୍ଧି ହୋଇ ୭୪ ଟଙ୍କାରେ ପହଁଚିଛି । ସେହିପରି ଡିଜେଲ ଦର ଲିଟର ପିଛା ୭୧.୬୨ ଟଙ୍କାରୁ ବୃଦ୍ଧି ହୋଇ ୭୨.୨୨ ଟଙ୍କାରେ ପହଁଚିଛି ।
ଏହାବ୍ୟତିତ କୋଲକାତାରେ ପେଟ୍ରୋଲ ଦର ଲିଟର ପିଛା ୭୫.୯୪ ଟଙ୍କା ଏବଂ ଡିଜେଲ ଦର ୬୮.୧୭ ଟଙ୍କା ହୋଇ ଯାଇଛି । ଚେନ୍ନାଇରେ ପେଟ୍ରୋଲ ୭୭.୯୬ ଟଙ୍କା ଏବଂ ଡିଜେଲ ୭୦.୬୪ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ଦର ୮୦.୯୮ ଟଙ୍କା ଏବଂ ଡିଜେଲ ୭୦.୯୨ ଟଙ୍କା ହୋଇଛି ।
ସରକାରୀ ତେଲ କମ୍ପାନୀ ପକ୍ଷରୁ ଇନ୍ଧନ ଦରରେ କରାଯାଉଥିବା ପରିବର୍ତ୍ତନକୁ ପୂର୍ନବାର ଆରମ୍ଭ କରି ଦିଆଯାଇଛି । ସାର୍ବଜନିକ କ୍ଷେତ୍ରରେ ତେଲ କମ୍ପାନୀ ନିୟମିତ ଅନ୍ତରାଳରେ ବିମାନ ଇନ୍ଧନ ଏବଂ ଘରୋଇ ରନ୍ଧନ ଗ୍ୟାସ ଦରରେ ପରିବର୍ତ୍ତନ କରୁଥିଲେ । କିନ୍ତୁ ମାର୍ଚ୍ଚ ୧୬ ରୁ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଥିଲା ।