ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଶ୍ୱରେ ଥିବା ଏକ ପ୍ରମୁଖ ସୋସିଆଲ ସାଇଟ୍ ହେଉଛି ଫେସବୁକ୍ । ଏହା ମାଧ୍ୟମରେ ବହୁ ପୁରାତନ ଏବଂ ନୂତନ ବନ୍ଧୁଙ୍କ ସହ ଯୋଗାଯୋଗ ହୋଇଥାଏ । ଏହାବ୍ୟତୀତ ଯୁବ ପିଢୀମାନେ ନିଜର କିଛି ଫୋଟୋ ସେୟାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଫେସବୁକ୍ ମାଧ୍ୟମରେ ଆପଣ ଜୀବନସାଥୀ ଖୋଜି ପାରିବେ ।
ଆଜ୍ଞା ହଁ ଏଭଳି ଏକ ଅଭିନବ ପ୍ରୟାଶ କରିଛନ୍ତି କେରଳ ସ୍ଥିତ ମଲପୁରମର ଜଣେ ଜ୍ୟୋତି ନାମକ ଯୁବତୀ । ସେ ତାଙ୍କର ଫେସବୁକ୍ରେ ଦେଇଥିବା #facebook matrimoney ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସେ ତାଙ୍କ ଫେସବୁକ୍ ରେ ଲେଖିଛନ୍ତି ଯେ ‘ମୁଁ ସିଙ୍ଗଲ ଅଛି’ । ଯଦି ମୋର କୌଣସି ବନ୍ଧୁ କାହାକୁ ଜାଣଛନ୍ତି ତେବେ ମୋତେ ଜଣାଇବେ । ମୋର କିଛି ଆପିତ୍ତି ନାହିଁ । ମୁଁ ଜାତକ କୁ ବିଶ୍ୱାସ କରେ ନାହିଁ । ମୋର ମାତା-ପିତା ନାହାନ୍ତି । ମୁଁ ଫ୍ୟାସନ ଡିଜାଇନରରେ ବିଏସି କରିଛି । ବୟସ ୨୮ । ମୋର ଭାଇ ମୁମ୍ବାଇର ଜଣେ ବରିଷ୍ଠ ଆର୍ଟ ନିର୍ଦ୍ଦେଶକ । ଏବଂ ଭଉଣୀ ସିଭିଲ ଇଂଜିନିୟରିଂ କରୁଛି । ସେ ଏହି ପୋଷ୍ଟଟିକୁ ମାଲାୟଲମ ଭାଷାରେ କରିଥିଲେ ।
ଯେଉଁ ଭଳି ଭାବେ ମ୍ୟାଟ୍ରିମୋନି ସାଇଟରେ ଫଟୋ ଦିଆଯାଏ । ଠିକ୍ ସେହିଭଳି ଭାବେ ତାଙ୍କର ଏକ ଫଟୋ ୨୬ ଅପ୍ରିଲ ଦିନ ସେୟାର କରିଥିଲେ । ତାଙ୍କର ଏହି ଫଟୋଟିକୁ ୬ ହଜାରରୁ ଉର୍ଦ୍ଧ ଲୋକ ସେୟାର କରି ସାରିଲେଣି ।