ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ରାଜ୍ୟରେ ବହୁ ଦିନ ହେବ ବସ ଚଳାଚଳ ବନ୍ଦ ହୋଇ ରହିଥିଲା । ତେବେ ସ୍ଥିତି ସୁଧୁରିବା ପରେ ନିକଟରେ ବସ ଚଳାଚଳ ଆରମ୍ଭ କରାଯାଇଛି । ରାଜ୍ୟରେ ୬୬ଟି ରୁଟରେ ସରକାରୀ ବସ ଚଳାଚଳ କରୁଛି । ହେଲେ ସେଥିମଧ୍ୟରୁ ୨୦ଟି ରୁଟରେ ଯାତ୍ରୀ ହେଉ ନାହାନ୍ତି । ତେଣୁ ଏହି ୨୦ଟି ରୁଟରେ ସରକାରୀ ବସ ଚଳାଚଳ ବନ୍ଦ କରାଯିବ ।
ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦ଟି ରୁଟରେ ଅତି ବେଶିରେ ୫ ଜଣ ଯାତ୍ରୀ ହେଉଛନ୍ତି । ଯାହା ଦ୍ୱାରା ସରକାରଙ୍କୁ କ୍ଷତି ସହିବାକୁ ପଡୁଛି । ଏଣୁ ବାଧ୍ୟ ହୋଇ ସରକାରୀ ବସ ଚଳାଚଳ ବନ୍ଦ କରାଯିବ । ଏନେଇ ଏବେ ସୁଦ୍ଧା କୌଣସି ପ୍ରକାରର ନିଷ୍ପତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।