ଜାମ୍ମୁ-କାଶ୍ମୀର(ଏଟିଆର ବ୍ୟୁରୋ):ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବଦୀ ନିହତ ହୋଇଛନ୍ତି । ଆଜି ଜାମ୍ମୁ-କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀ ମାନେ ଏନ କାଉଣ୍ଟର କରିଥିଲେ । ସୂଚନା ଅନୁସାରେ ସୁରକ୍ଷାକର୍ମୀ ମାନଙ୍କୁ କୁଲଗାମରେ ଆତଙ୍କବାଦୀ ମାନେ ଲୁଚି ହୋଇ ରହିଥିବାର ଖବର ମିଳିଥିଲା । ଏହା ପରେ ସିଆରପିଏଫ ଓ ପୋଲିସ ଦ୍ୱାରା ଉକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀ ମାନଙ୍କୁ ଦେଖିବା ପରେ ସେଠାରୁ ଲୁଚି ପଳାଇବା ପାଇଁ ଚେଷ୍ଟା କରିବା ସହ ସୁରକ୍ଷାକର୍ମୀ ଓ ପୋଲିସଙ୍କ ଉପରକୁ ଗୁଳି ମାଡ କରିବା ଆରମ୍ଭ କରିଥିଲେ ।
କିଛି ସମୟ ଧରି ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କ ନିକଟରୁ ବନ୍ଧୁକ ଓ ବିସ୍ଫୋରକ ଜବତ କରାଯାଇଛି । ତେବେ ଉକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି । ସୂଚନାଯୋଗ୍ୟ ଗତ ଏକ ସପ୍ତାହ ମଧ୍ୟରେ ପ୍ରାୟ ୧୬ ଜଣ ଆତଙ୍କବାଦୀଙ୍କୁ ନିହତ କରିଛି ସୁରକ୍ଷାକର୍ମୀ ମାନେ ।