ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ ପିତା-ମାତା ମାନେ ତାଙ୍କ ପିଲା ମାନଙ୍କୁ ସବୁ ଜିନିଷ ସେୟାର କରିବାକୁ କହିଥାନ୍ତି । କିନ୍ତୁ ଏଭଳି କିଛି ଜିନିଷ ଅଛି ଯାହାକୁ ବିଲକୁଲ ସେୟାର କରିବା କଥା ନୁହେଁ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେ ଜିନିଷ ।
ଚପଲ:ଅନେକ ସମୟରେ ଦେଖିବାକୁ ମିଳେ ଯେ ଘରକୁ କୁଣିଆ ଆସିଲେ ବାଥରୁମ ରେ ଥିବା ଚପଲ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହାଦ୍ୱାରା ସମସ୍ୟା ଦେଖା ଦେଇପାରେ । ଆଜ୍ଞା ହଁ,ଯଦି ଆପଣ ଏଭଳି କରୁଛନ୍ତି ଏହାଦ୍ୱାରା ପାଦରେ ସଂକ୍ରମଣ ହେବାର ଆଶଙ୍କା ଥାଏ ।
ପାନିଆ:ପ୍ରାୟତଃ ଅନେକ ଲୋକ ଅଫିସରେ ଥିବା ବେଳେ ମୁଣ୍ଡ କୁଣ୍ଢେଇବା ପାଇଁ ସହ କର୍ମୀଙ୍କ ପାନିଆ ବ୍ୟବହାର କରିଥାନ୍ତି । ଏଭଳି କରିବା ଦ୍ୱାରା ଆପଣଙ୍କ ମୁଣ୍ଡରେ ରୂପି ହେବାର ଆଶଙ୍କା ଦେଖା ଦେଇ ଥାଏ ।
ହେଡଫୋନ: ଅଧିକ ଲୋକ ଅଫିସରେ କାମ କରିବା ସମୟରେ ହେଡଫୋନ ବ୍ୟବହାର କରିଥାନ୍ତି । ମାତ୍ର ଯଦି ଗୋଟେ ଦିନ ହେଡଫୋନ ନନେଇ ଅଫିସ ପଳେଇଛନ୍ତି ତେବେ ସେ ଅନ୍ୟ ବନ୍ଧୁଙ୍କର ହେଡଫୋନ ମାଗି ବ୍ୟବହାର କରିଥାନ୍ତି । ଏଭଳି କରିବା ଦ୍ୱାରା ହେଡଫୋନ ଜରିଆରେ କାନକୁ ଜୀବାଣୁ ଯାଇଥାନ୍ତି । ଏବଂ ଏହାଦ୍ୱାରା ସଂକ୍ରମଣ ବ୍ୟାପିଥାଏ ।
ଲିପଷ୍ଟିକ୍: ଅନେକ ସମୟରେ ଦେଖିବାକୁ ମିଳେ ମହିଳାମାନେ ଯେକୌଣସି ପାର୍ଟିରେ ଅନ୍ୟର ଲିପଷ୍ଟିକ୍ ବ୍ୟବହାର କରିଥାନ୍ତି,ବିଲକୁଲ ଏଭଳି କରନ୍ତୁ ନାହିଁ । ଏହାଦ୍ୱାରା ଅନେକ ସମସ୍ୟା ଦେଖାଦେଇ ପାରେ ।
ତଉଲିଆ:ଅନ୍ୟ ସହ କଦାପି ତଉଲିଆ ବ୍ୟବହାର କରନ୍ତୁ ନାହିଁ । କାରଣ ଏହାଦ୍ୱାରା କୀଟାଣୁ ବ୍ୟାପିଥାନ୍ତି । ଏହା ଶରୀର ପାଇଁ ଖୁବ୍ ହାନିକାରକ ।