ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ଆଜି ପୁଣି ରାଜ୍ୟରେ ଆଉ ୯୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
1 each from Dhenkanal & Sundargarh
The total recovered cases of #Odisha now stand at 3144.
(2/2)— H & FW Dept Odisha (@HFWOdisha) June 18, 2020
ଆଜି ସୁସ୍ଥ ହୋଇଥିବା ନୂତନ ୯୭ ଜଣଙ୍କ ମଧ୍ୟରୁ କଟକର ୧୭ ଜଣ, ଖୋର୍ଦ୍ଧାର ୧୬ ଜଣ, ଗଞ୍ଜାମର ୧୬ ଜଣ, କନ୍ଧମାଳର ୧୪ ଜଣ, ମୟୁରଭଞ୍ଜର ୯ ଜଣ, ଯାଜପୁରର ୭ ଜଣ, ପୁରୀର ୫ ଜଣ, ନୟାଗଡର ୪ ଜଣ, କେନ୍ଦ୍ରପଡାର ୩ ଜଣ, ବରଗଡ ଓ କେନ୍ଦୁଝରର ୨ ଜଣ ଲେଖାଁଏ ଏବଂ ଢେଙ୍କାନାଳ ଓ ସୁନ୍ଦରଗଡରୁ ଜଣେ ଲେଖାଁଏ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ ୩୧୪୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ସାରିଲେଣି ।