ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ଟକ୍କର ଦେଉଥିବା ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ୭୬ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନେ ଏବେ ବି ହସ୍ପିଟାଲରେ ଅଛନ୍ତି ।
ସୂତ୍ର ମୁତାବକ, ୧୮ ଜଣ ଯବାନ ଲେହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୧୫ ଜଣ ସେମାନଙ୍କ ଡ୍ୟୁଟିକୁ ଫେରିବାର ସମ୍ଭାବନା ରହିଛି । ସେହିପରି ୫୮ ଜଣ ସୈନିକ ଅନ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କୁ ସାମାନ୍ୟ ଆଘାତ ଲାଗିଛି । ସେମାନେ ଗୋଟେ ସପ୍ତାହ ମଧ୍ୟରେ ଡ୍ୟୁଟିକୁ ଫେରି ପାରନ୍ତି । ଏହାସହିତ ଭାରତୀୟ ସେନା ପକ୍ଷରୁ କୁହାଯାଇଛି କି ହିସାତ୍ମକ ସଂଘର୍ଷ ପରେ କୌଣସି ଯବାନ ନିଖୋଜ ନାହାନ୍ତି । ଗଲୱାନ ଘାଟି ଅପରେସନ୍ ରେ ଯେତିକି ବି ଯବାନ ସାମିଲ ଥିଲେ , ସେମାନଙ୍କର ମଧ୍ୟରୁ କୌଣସି ଯବାନ ନିଖୋଜ ନାହାନ୍ତି ।
ସୂଚନାଯୋଗ୍ୟ, ଜୁନ୍ ୧୫ ରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂର୍ଘର୍ଷ ହୋଇଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାବ୍ୟତିତ ଚୀନ୍ ର ମଧ୍ୟ ୪୩ ଜଣ ସେନା ମୃତାହତ ହୋଇଥିବା ସୂଚନା ରହିଥିଲା ।