ପୁରୀ (ଏଟିଆର ବ୍ୟୁରୋ): ମହାପ୍ରଭୁଙ୍କ ରଥ ଯାତ୍ର କରିବାକୁ ନେଇ ପୁଣି ସୁପ୍ରିମକୋର୍ଟ ରେ ଏକ ପିଟିସନ ଦାଖଲ କରାଯାଇଛି । ରାୟର ପୁନଃବିଚାର କରିବା ପାଇଁ ଆଇନଜୀବି ପ୍ରଣୟ କୁମାର ମହାପାତ୍ର ଆବେଦନ କରିଛନ୍ତି । ଏଥିରେ କବେଳ ପୁରୀ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଅନୁରୋଧ କରାଯାଇଛି । ଏହାସହିତ ପୁରୀ ସହରକୁ ସମ୍ପୂର୍ଣ୍ଣ ଶଟଡାଉନ କରି ରଥଯାତ୍ରା କରିବା ପାଇଁ ଏହି ପିଟିସନ୍ ରେ କୁହାଯାଇଛି ।
ଅନ୍ୟପଟେ ଆଜି ସନ୍ଧ୍ୟାରେ ପୁଣି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ । ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପରେ ପ୍ରଥମ ପର୍ଯ୍ୟାୟ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଗଜପତି ମହାରାଜା କହିଛନ୍ତି କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବ । ଶ୍ରୀମନ୍ଦିର ଭିତରେ କିଭଳି ଭାବେ ବିଧି ସବୁ କରାଯିବ ସେନେଇ ଆଜି ସନ୍ଧ୍ୟାରେ ନିଷ୍ପତି ନିଆଯିବ ।
ଗତକାଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରାଯାଇଥିଲା । ଚଳିତବର୍ଷ ରଥ ଯାତ୍ର ହେବ ନାହିଁ ବୋଲି ସୁପ୍ରିମ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଓଡିଶା ବିକାଶ ପରିଷଦ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ ।