ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ-ଚୀନ ସୀମା ବିବାଦ ମଧ୍ୟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ରବିବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ତିନି ସେନାର ପ୍ରମୁଖଙ୍କ ବ୍ୟତିତ ସିଡିଏସ ବିପିନ ରାୱତ ବି ସାମିଲ ଅଛନ୍ତି । ରିପୋର୍ଟ ମୁତାବକ୍ ବୈଠକରେ ରାଜନାଥ ସିଂ ଲଦାଖ ସ୍ଥିତି ଉପରେ ସମୀକ୍ଷା କରିବା ସହିତ ସୁରକ୍ଷା ବାହିନୀଙ୍କୁ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଚୀନ ସେନାର କୌଣସି ପ୍ରକାରର ଆକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ରତା ଦିଆଯାଇଛି ।
ଭାରତୀୟ ସେନା ବାହିନୀଙ୍କୁ ପୂର୍ବ ଲଦାଖ ଏବଂ ଅନ୍ୟ ସେକ୍ଟରରେ ଚୀନର ଯେକୌଣସି ବି ଦୁଃସାହାସକୁ କଡା ଜବାବ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ।
ବୈଠକରେ ରକ୍ଷାମନ୍ତ୍ରୀ କହିଛନ୍ତି କି, ଚୀନ ସହିତ ଲାଗି ରହିଥିବା ସୀମାକୁ ରକ୍ଷା କରିବା ପାଇଁ ଭାରତ ଏବେ ଅଲଗା ସାମରିକ ଉପାୟ ଆପଣାଇବ ।