ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି କରୋନା । ଆଜି ସକାଳୁ ଗଞ୍ଜାମ ଜିଲ୍ଲାରେ ଜଣେ ୪୬ ବର୍ଷୀୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହାପରେ ମୟୂରଭଞ୍ଜ ଜିଲ୍ଲାରେ ଜଣେ ୬୦ ବର୍ଷୀୟ ବୃଦ୍ଧାଙ୍କ ଜୀବନ ଯାଇଛି । ସେ କରୋନାରେ ଆକ୍ରାନ୍ତ ଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୃଦ୍ଧା ଜଣଙ୍କ କ୍ୟାନସର ରୋଗରେ ପିଡୀତ ଥିଲେ । ତେବେ ତାଙ୍କର କ୍ୟାନସର ସରଜରି ହେବାପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି ।
A 60-year old Covid positive patient of Mayurbhanj who was suffering from cancer of the oesophagus passed away due to post operative complications following cancer surgery.
— H & FW Dept Odisha (@HFWOdisha) June 22, 2020
ସୂଚନା ଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୫ ହଜାର ୩୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ହଜାର ୭୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୬୨ଟି ସକ୍ରିୟ କେସ୍ ରହିଛି ।